fbpx

ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରାଯାଉ- ଯୋଗଗୁରୁ ବାବା ରାମଦେବ

ନୂଆଦିଲ୍ଲୀ: ଗାଈକୁ ପୁଣି ଜାତୀୟ ପଶୁ ଭାବରେ ଘୋଷଣା କରିବାକୁ ଦାବି କରାଯାଇଛି । ବର୍ତ୍ତମାନ ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ, ଗାଈକୁ ଭାରତର ଜାତୀୟ ପଶୁ ଭାବରେ ଘୋଷଣା କରାଯାଉ । ଆନ୍ଧ୍ର ପ୍ରଦେଶରେ ଗୋ ମହା ସମ୍ମିଳନୀକୁ ସମ୍ବୋଧନ କରିବା ସମୟରେ ବାବା ରାମଦେବ ଏହି ଦାବି କରିଛନ୍ତି ।

ଟିଟିଡି ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ରାମଦେବ କହିଛନ୍ତି ଯେ, ଗାଈକୁ ଭାରତର ଜାତୀୟ ପଶୁ ଭାବେ ଘୋଷଣା କରାଯିବା ଦରକାର । ଟିଟିଡି ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବ ଦିଆଯାଇଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଦାବି କରି କହିଛନ୍ତି ଯେ ଖୁବ୍ ଶୀଘ୍ର ଗାଈକୁ ଲିଖିତ ଭାବରେ ଦେଶର ଜାତୀୟ ପଶୁ ଘୋଷଣା କରାଯାଉ ।

Get real time updates directly on you device, subscribe now.