fbpx

ଭିସୁଟ କଲେଜରେ Western Dress ଉପରେ କଟକଣା: କୁଳପତିଙ୍କ କଡ଼ା ନୋଟିସ

ସମ୍ବଲପୁର: ସମ୍ବଲପୁରର ଭିସୁଟ କଲେଜରେ ଜାରି ହୋଇଛି କଡ଼ା ନୋଟିସ । ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ଏଣିକି ଆଧୁନିକ ପୋଷାକ ପିନ୍ଧି କଲେଜ ଆସିବାକୁ ଶିକ୍ଷାନୁଷ୍ଠାନ ତରଫରୁ ବାରଣ କରାଯାଇଛି । ଏ ନେଇ କଲେଜର କୁଳପତିଙ୍କ ତରଫରୁ କଡ଼ା ନୋଟିସ ଜାରି କରାଯାଇଛି । କଲେଜକୁ କୌଣସି ଛାତ୍ରଛାତ୍ରୀ ଛୋଟ ବା ଆଧୁନିକ ପୋଷାକ ପିନ୍ଧି ଆସିପାରିବେ ନାହିଁ । ବସନ୍ତ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । କଲେଜକୁ ଆସିବା ସମୟରେ ଶାଳୀନତାର ସହ ପୋଷାକ ପିନ୍ଧିବାକୁ ପିଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭିସୁଟ କୁଳପତି ।

Get real time updates directly on you device, subscribe now.