fbpx

ବେଆଇନ ବାଣ ଗୋଦାମରେ ଚଢଉ: ୬ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌) : ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.କେ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଗୋଡି ପୁଟମାଟିଆପଡା ପଂଚାୟତର ମାନପୁର ଗ୍ରାମରେ ଥିବା ଏକ କଲ୍ୟାଣ ମଣ୍ଡପ ଉପରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବଦତ ବାରଳଙ୍କ ନେତୃତ୍ୱରେ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ସହ ସଦଳବଳ ପୁଲିସ ଅଚାନକ ଚଢଉ କରିଥିଲେ । ସେଠାରେ ଦିପାବଳି ପାଇଁ ବିକ୍ରି ଉଦ୍ଦେଶ୍ୟରେ ଗଛିତ ରଖାଯାଇଥିବା ବିପୁଳ ପରିମାଣ ୨ଟି ମିନିଟ୍ରକ ଭର୍ତ୍ତି ବାଣ ସାମଗ୍ରୀକୁ ପୁଲିସ ଜବତ କରିବା ସହ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଜବତ ବାଣର ମୁଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଜଣାଇଛି । ଏସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ବେଆଇନ ବାଣ ରଖିବା ଘଟଣାରେ ଏକ ମାମଲା ରୁଜୁ କରାଯିବା ସହିତ ଜଟଣୀ ଥାନା ଅର୍ନ୍ତଗତ ଜଗନ୍ନାଥ ପାଟଣା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳକୁ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ଥାନାରେ ରଖି ପଚାରା ଉଚରା ଚଳାଇଥିବା ବେଳେ ବୁଧବାର ଦିନ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଳଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଠାରୁ ସୁଚନା ପ୍ରକାଶ ।

Get real time updates directly on you device, subscribe now.