fbpx

ମାର୍ଚ୍ଚରେ କ୍ରିକେଟର ଲାଗିବ ମେଳା: ଗୋଟିଏ ପଟେ IPL ୨୦୨୨ ତ ଅନ୍ୟ ପଟେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏହି ମାର୍ଚ୍ଚ ମାସରେ ଆରମ୍ଭ ହେଉଛି କ୍ରିକେଟର ମହାଯୁଦ୍ଧ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ମାସ ନେଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମ୍ଭାର । ଏଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯିବାର ସୂଚୀ ରହିଛି । ଯେଉଁଥିରେ ସାମିଲ ରହିଛି IPL ଏବଂ ମହିଳା କ୍ରିକେଟ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟ ।
IPL 2022 Group Division System Explained
ଭାରତ-ଶ୍ରୀଲଙ୍କା ମଧ୍ୟରେ ମାର୍ଚ୍ଚ ୪ ତାରିଖରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ସେପଟେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ମାର୍ଚ୍ଚ ମାସରେ ମହିଳା ବିଶ୍ୱକପ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଆୟାଜିତ ହେବ । ଏହାପରେ ୧୦ ମାର୍ଚ୍ଚରେ ନ୍ୟଜିଲାଣ୍ଡକୁ ଭେଟିବ ଭାରତ । ଏହି ବିଶ୍ୱକପର ଫାଇନାଲ ଆସ୍ତା ଏପ୍ରିଲ ମାସ ୩ ତାରିଖ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ ।
India Women vs New Zealand Women 3rd ODI Live Streaming: When and Where to  Watch IND-W vs NZ-W match Live in India | Cricket News – India TV
तारीख मुकाबला जगह
6 मार्च भारत बनाम पाकिस्‍तान माउंट माउंगानुई
10 मार्च भारत बनाम न्‍यूजीलैंड हैमिल्‍टन
12 मार्च भारत बनाम वेस्‍टइंडीज हैमिल्‍टन
16 मार्च भारत बनाम इंग्‍लैंड माउंट माउंगानुई
19 मार्च भारत बनाम ऑस्‍ट्रेलिया ऑकलैंड
22 मार्च भारत बनाम बांग्‍लादेश हैमिल्‍टन
27 मार्च भारत बनाम साउथ अफ्रीका क्राइस्‍टचर्च

 

ଏହାପରେ ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ଲିଗ IPL ମଧ୍ୟ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏ ନେଇ ବିସିସିଆଇ ତରଫରୁ ଘୋଷଣା ହୋଇସାରିଛି । ତେବେେ ଚଳିତ ସିଜନରେ ୮ ଦଳ ପରିବର୍ତ୍ତେ ୧୦ଟି ଦଳକୁ ନେଇ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ । ୨୬ ମାର୍ଚ୍ଚରେ ଆରମ୍ଭ ହୋଇ ମେ ୨୯ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ । ୧୮ ମାର୍ଚ୍ଚରୁ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅନୁଷ୍ଠିତ ହେବ । ସେପଟେ ୮ ମାର୍ଚ୍ଚରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ରଣଜୀ ଟ୍ରଫି ମଧ୍ୟ ଆୟୋଜିତ ହେବ । ମୁମ୍ବାଇ-ଓଡିଶା, ମହାରାଷ୍ଟ୍ର-ଉତ୍ତରପ୍ରଦେଶ, ବେଙ୍ଗଲ-ଚଣ୍ଡୀଗଡ, ହରିୟାଣା-ହିମାଚଳ ପ୍ରଦେଶ ମଧ୍ୟରେ ଖେଳାଯିବ ରଣଜୀ ଟ୍ରଫିର ଅବଶିଷ୍ଟ ମ୍ୟାଚ । ତେଣୁଏହି ମାସ କ୍ରିକେଟର ମହାସମର ନେଇ ଆସୁଛି । ଖେଳପ୍ରେମୀମାନଙ୍କୁ ଭରପୂର ମନୋରଞ୍ଜନର ଖୁରାକ ଯୋଗାଇ ଧମାଲ ମଚେଇବ ମାର୍ଚ୍ଚ ।

Get real time updates directly on you device, subscribe now.