fbpx

କରୋନାରେ ଆଖି ବୁଜିଲେ ଆରପି ସିଂହଙ୍କ ବାପା

ନୂଆଦିଲ୍ଲୀ, ୧୨/୦୫: କରୋନା ମହାମାରୀ ଅନେକଙ୍କ ଜୀବନ ନେଇଥିବା ବେଳେ ଏବେ କ୍ରିକେଟ ଜଗତରୁ ପୁଣି ଏକ ଦୁଖଃଦ ଖବର ଆସିଛି । ପିୟୂଷଙ୍କ ପରେ ଏବେ ପୂର୍ବତନ କ୍ରିକେଟର ଆରପି ସିଂହଙ୍କ ବାପା କରୋନା ସହ ଲଢ଼େଇ କରି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଏନେଇ ଆଜି ଆରପି ସିଂହ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି ।  କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆରପିଙ୍କ ବାପାକୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଆରପି ସିଂହ ଟ୍ୱିଟରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ତାଙ୍କୁ ବାପା ଶିବ ପ୍ରସାଦ ସିଂହ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି । ଏହାସହ ଆରଆଇପି ପାପା ବୋଲି ଟ୍ୱିଟ କରି ଲେଖିଛନ୍ତି ।

Get real time updates directly on you device, subscribe now.