fbpx

ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ମାମଲା: ୪ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ମାମଲାରେ ଏଫଆଇଆରରେ ଥିବା ୪ ଜଣଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା ସୂଚନା ମିଳିଛି । ଅନିରୁଦ୍ଧ ପଣ୍ଡାକୁ ଗୋପରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏହା ସହ କୃଷ୍ଣଚନ୍ଦ୍ର ବେହେରା ଓ ୨ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସରରେ ପଚରାଉଚରା ଜାରି ରହିଛି । ଏନେଇ ପ୍ରେସମିଟରେ ଗିରଫଦାରୀ ସମ୍ପର୍କରେ ସ୍ପଷ୍ଟ କରିବ କ୍ରାଇମବ୍ରାଞ୍ଚ । ତେବେ ଏହି ପ୍ରସଙ୍ଗରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ଥିଲେ ହାଇକୋର୍ଟ ।

Get real time updates directly on you device, subscribe now.