ରାଜନଗର: ବନ୍ଦ ରହିବ ଭିତରକନିକା । ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା ହେବ।
ରାଜନଗର ବନଖଣ୍ଡର ୫ଟି ରେଞ୍ଜର ନଦୀନାଳରେ ହେବ ଗଣନା।
ଗଣନା ପାଇଁ ଟିମ୍: କୁମ୍ଭୀର ଗଣନାରେ ବନ ବିଭାଗର ୨୨ଟିମ୍ ସାମିଲ ଅଛନ୍ତି।
ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ସାମିଲ ଅଛନ୍ତି।
ପର୍ଯ୍ୟଟକଙ୍କୁ ବାରଣ: କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି।
କୁମ୍ଭୀର ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି।
ନାଳଗୁଡ଼ିକରେ ଗଣନା: ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ। ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯିବ।
ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରିଛନ୍ତି ଅଧିକାରୀ।