fbpx

ଭିକାରୀ ମହିଳାଙ୍କ ପାଖରୁ ବାହାରିଲା କୋଟିଏ ଟଙ୍କାର କ୍ୟାସ ଏବଂ ଦାମୀ କାର, ପୋଲିସ ନେଲା ଆକ୍ସନ

ନୂଆଦିଲ୍ଲୀ: ସଡ଼କ କଡ଼ରେ ବସୁଥିବା ଜଣେ ଭିକାରୀ ମହିଳାଙ୍କୁ ଗିରଫ କରିବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳାଙ୍କ ପାଖରେ ଭାରି ରକମର କ୍ୟାସ ମିଳିଛି । ଖାଲି ଏତିକି ନୁହେଁ ତାଙ୍କ ନିକଟରୁ ଗୋଟେ ଦାମି କାର ମଧ୍ୟ ମିଳିଛି. ଏହି ମାମଲା ସଂୟୁକ୍ତ ଆରବ ଅମୀରାତର ଅବୁ ଧାବିର ଅଟେ ।

ରିପୋର୍ଟ ଅନୁଯାୟୀ, ଅବୁ ଧାବି ପୋଲିସ ଏକ ମହିଳାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଏକ ଦାମୀ କାର ମଧ୍ୟ ମିଳିଛି । ସେ ପ୍ରତିଦିନ ଅଲଗା ଅଲଗା ଯାଗାରେ ବସି ଭିକ ମାଗନ୍ତି ଏବଂ ଏକ ଦାମୀକାରରେ ବସି ଘରକୁ ଫେରିଯାଆନ୍ତି । କିଛି ବର୍ଷ ପର୍ଯ୍ୟନ୍ତ ଏପରି ଚାଲୁଥିଲା । କିନ୍ତୁ ଦିନେ ଜଣେ ବ୍ୟକ୍ତିଙ୍କୁ ସେହି ଭିକାରୀ ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ସେ ତାଙ୍କ ପିଛା କରି ସବୁ ତଥ୍ୟ ହାସଲ କରିଥିଲେ ଶେଷରେ ତାଙ୍କୁ ପୋଲିସ ପାଖରେ ଏହି ଘଟଣା ପହଁଚିଥିଲା । ପୋଲିସ ସେହି ମହିଳାଙ୍କ ଘର ଜାଞ୍ଚ କରିବା ପରେ ୧କୋଟି ଟଙ୍କା କ୍ୟାସ ମିଳିଥିଲା ।

ଅବୁ ଧାବୀ ପୋଲିସ ୧୫୯ ଭିକାରୀଙ୍କୁ ଗିରଫ କରିଛି । ଏଥି ମଧ୍ୟରୁ ଜଣକ ପାଖେ ୧କୋଟି ଟଙ୍କା ମିଳିଥିଲା । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲରେ ଭର୍ତ୍ତି କରାଯିବା ସହ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଥିଲା ।

Get real time updates directly on you device, subscribe now.