fbpx

ଏଠାରେ କୋଟି କୋଟି ଟଙ୍କା ଏଣେତେଣେ ପଡ଼ି ରହିଛି, ମାତ୍ର ଖର୍ଚ୍ଚ କରିବାକୁ ନାହିଁ ଅନୁମତି, ଜାଣନ୍ତୁ କାହିଁକି

ରାସ୍ତାରେ ଯଦି ନୋଟ୍ ବିଡ଼ା ପଡ଼ିଥିବାର କିଏ ଦେଖେ, ତେବେ ତାକୁ ଉଠାଇବାକୁ କେହି ବିଳମ୍ବ କରିନଥାନ୍ତି । କିଛି ବର୍ଷ ପୂର୍ବରୁ ରୁଷର ସେଣ୍ଟ ପିଟର୍ସବର୍ଗର ଏକ ନିକାଞ୍ଚନ ସ୍ଥାନରୁ ଏଣେତେଣେ ହୋଇ ପଡ଼ିଥିବା ଅସଂଖ୍ୟ ରୁବଲ ନୋଟ୍ ମିଳିଥିଲା । ଏହି ନୋଟର ମୂଲ୍ୟ ଭାରତୀୟ ଟଙ୍କାରେ ୧୧୩ କୋଟି ହେବ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ନୋଟକୁ ଖର୍ଚ୍ଚ କରିବାର ଅନୁମତି ନାହିଁ । ସୋଭିଏତ ୟୁନିୟନ ଯୁଗର ଏହି ନୋଟଗୁଡ଼ିକ ବର୍ତ୍ତମାନ ଚଳଣୀୟ ନୁହେଁ । ରାଜଧାନୀ ମସ୍କୋରୁ ୬୦ କିଲୋମିଟର ଦୂର ବ୍ଲାଡିମିରଠାରେ ଏହି ନୋଟ୍ ଦେଖିବାକୁ ମିଳିଥାଏ । ସୋଭିଏତ ୟୁନିୟନ ଯୁଗରେ ଏହି ସ୍ଥାନରେ କ୍ଷେପଣାସ୍ତ୍ର ରଖାଯାଉଥିଲା । ଏଠାରେ ପ୍ରଚୁର ଟଙ୍କା ଥିବା ଖବର ପାଇ ଏକ ଅନୁସନ୍ଧାନକାରୀ ଦଳ ଉକ୍ତ ସ୍ଥାନକୁ ଯାଇଥିଲେ ।

ଏହି ଖବରଟି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ପ୍ରତ୍ନତତ୍ତ୍ୱ ଅଧିକାରୀମାନେ ଅନୁସନ୍ଧାନ କରିବା ପରେ ମତ ଦେଇଥିଲେ ଯେ, ଏହି ନୋଟଗୁଡ଼ିକ ସୋଭିଏତ ୟୁନିୟନ ଯୁଗର ।ନୋଟ୍ ମିଳୁଥିବା ସ୍ଥାନରେ ବର୍ତ୍ତମାନ ଏକ ଖଣି ସ୍ଥାପନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.