fbpx

ସିଆରପିଏଫ୍ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ କରୁଛି ପୋଲିସ

ବରଗଡ଼: ସିଆରପିଏଫ୍ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ରିଜର୍ଭ ଅଫିସ  ପରିସରରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୧୮୯ ବାଟାଲିଆନର ଜଣେ ସିପାହୀ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ସିପାହୀ ଜଣକ ଉତ୍ତର ପ୍ରଦେଶ ଖଳିଲାବାଦ ଜିଲ୍ଲା ଦମାଇଚା ଗ୍ରାମର ସର୍ବେସ କୁମାର ସିଂ(୩୨) ଅଟନ୍ତି । ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଲ ବଲାଙ୍ଗୀର ଗ୍ରୁପରେ ଥିବା ବରଗଡ଼ ଆରଓ ୧୮୯ ବାଟାଲିଆନ ରେ ଜଣେ ସିପାହୀ ଭାବରେ କାର୍ଯ୍ୟ କରୁଥିଲେ । ରବିବାର ସକାଳେ ରିଜର୍ଭ ପୋଲିସ ପରିସରରୁ ଏକ ଦଉଡି ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା ।

ଖବର ପାଇବା ପରେ ବରଗଡ଼ ସଦର ଥାନା ତରଫରୁ ମୃତ ସର୍ବେସ ଙ୍କ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ରିଜର୍ଭ ପୋଲିସ କୁ ହସ୍ତାନ୍ତର କରିଥିଲେ । ଏନେଇ ବରଗଡ଼ ସଦର ଥାନା ରେ ଏକ ଅପମୃତ୍ୟୁ ମାମଲା ୦୭/୨୨ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ବିଷୟରେ ବରଗଡ଼ ସଦର ପୋଲିସ ତରଫରୁ ସୂଚନା ମିଳିଛି । ତେବେ ମୃତ ଯବାନଙ୍କ ଘର ସୁଦୂର ଉତ୍ତର ପ୍ରଦେଶ ରେ ରହିଥିବାରୁ ଏଠାରୁ ବଲାଙ୍ଗୀର ଓ ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ପରିବାର ଲୋକଙ୍କ ପାଖକୁ ମୃତ ଶବକୁ ସସମ୍ମାନେ ପହଞ୍ଚାଇ ଦିଆଯିବ ବୋଲି ସି.ଆର.ପି.ଏଫ ୧୮୯ ବାଟାଲିଆନ କମାଣ୍ଡିଙ୍ଗ ଅଫିସର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.