ଜମ୍ମୁ: ଜମ୍ମୁ-କଶ୍ମୀର ଉଧମପୁରରେ ଘଟିଛି ବଡ଼ ଦୁର୍ଘଟଣା । ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆପିଏଫ୍) ଯବାନଙ୍କ ଗାଡ଼ି ଘାଟିରୁ ତଳକୁ ଖସିଯାଇଛି ।
ଦୁର୍ଘଟଣାରେ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣାର କାରଣ ଜଣା ପଡ଼ି ନ ଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏ ନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସରେ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଜମ୍ମୁ-କଶ୍ମୀର ଉଦ୍ଧମପୁର ଜିଲ୍ଲା ବସନ୍ତଗଡ଼ ଇଲାକା ନିକଟରେ ଥିବା ଘାଟିରୁ ଯବାନଙ୍କ ଗାଡ଼ି ଖସିପଡ଼ିଥିବା ଜଣାପଡ଼ିଛି ।
ଘଟଣାର ତଦନ୍ତ ଚାଲିବା ସହ ଆହତ ଯବାନଙ୍କ ଚିକିତ୍ସା ଚାଲିଛି ।