fbpx

ଅଶୌଧିତ ତେଲ ବଢାଇଲା ମୁଣ୍ଡବିନ୍ଧା, ଡିଜେଲ-ପେଟ୍ରୋଲରେ ମହଙ୍ଗାମାଡ

Advertisement

ଓଡିଶା ଭାସ୍କର(ଭୁବନେଶ୍ୱର): ଲୋକସଭା ନିର୍ବାଚନର ମହାପର୍ବ ସରି ସାରିଛି । ମାତ୍ର ସରିନି ଲୋକଙ୍କ ଅସୁବିଧା, ଲୋକଙ୍କ ସମସ୍ୟ।। ଆଗାମୀ ଦିନରେ ଡିଜେଲ-ପେଟ୍ରୋଲ ଉପରେ ମହଙ୍ଗାମାଡ ରୂପକ ନୂଆ ଝଟକା ଲାଗିପାରେ ବୋଲି ଆକଳନ କରାଯାଉଛିା ବୈଶ୍ୱିକ ବଜାରରେ ଅଶୌଧିତ ତେଲର ଦାମ୍ ଲଗାତାର ଭାବରେ ବଢି ବଢି ଚାଲିଛିା ଫଳରେ ପେଟ୍ରୋଲ- ଡିଜେଲର ଦାମରେ ମଧ୍ୟ ବୃଦ୍ଧି ହୋଇପାରେ ବୋଲି ଆଗୁଆ ଆକଳନ କରାଯାଉଛିା ବୈଶ୍ୱିକ ବଜାରରେ ଅଶୌଧିତ ତେଲର ଦାମ ବୁଧବାର ପ୍ରାୟ ଦୁଇ ମାସର ଉଚ୍ଚଦରକୁ ପହଞ୍ଚିଯାଇଛିା

ଏମିତି ବଢିଛି ତୈଳ ଦର:
ଗତକାଲି ଅଗଷ୍ଟରେ ଆମଦାନୀ ହୋଇଥିବା ‘ବ୍ରେଣ୍ଟ କ୍ରୁଡ’ ୨୦ ସେଣ୍ଟ ବଢି ୮୫.୫୩ ଡଲାର ପ୍ରତି ବୈରେଲ ପହଞ୍ଚିଛିା ସେହିଭଳି ସେପ୍ଟମ୍ବରରେ ଅଶୌଧିତ ତେଲର ଦର ୨୧ ସେଣ୍ଟ ବଢି ୮୪.୭୪ ଡଲାର ଥିଲ।। ସେହିଭଳି ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ୩ ସେଣ୍ଟ ବଢି ବୈରେଲ ପିଛା ୮୧.୬୦ ଡଲାର ଥିଲ।। ଏହା ଦୁଇ ମାସରେ ଅଶୌଧିତ ତୈଳରେ ସର୍ବାଧିକ ବୃଦ୍ଧିା ଗତ ତିନି ସପ୍ତାହ ମଧ୍ୟରେ ତୈଳଦର ୧୦ ପ୍ରତିଶତ ଅଧିକ ବୃଦ୍ଧି ହୋଇଛିା ଯାହା ସାଧାରଣ ଜନତା ପାଇଁ ମୁଣ୍ଡବିନ୍ଧା ସାଜିଛିା

କାହିଁକି ବଢୁଛି ତୈଳଦର:
ମଙ୍ଗଳବାର ଦିନ ଅଶୌଧିତ ତେଲରେ ପ୍ରାୟ ୧ ଡଲାରର ଅଭିବୃଦ୍ଧି ହୋଇଛିା ୟୁକ୍ରେନରେ ହୋଇଥିବା ଏକ ଡ୍ରୋନ ଆକ୍ରମଣକୁ ଏଥିପାଇଁ ଦାୟୀ କରାଯାଉଛିା ସେଠାରେ ଥିବା ଏକ ତେଲ ଟର୍ମିନାଲରେ ନିଆଁ ଲାଗି ଯାଇଛିା ତାହା ସହ ଅତ୍ୟଧିକ ତାପମାତ୍ରାରେ ଅଧିକ ତେଲର ଚାହିଦା ଓ ବୈଶ୍ୱିକ ଭୂ-ରାଜନୈତିକ ପରିସ୍ଥିତି ଏହାର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛିା ବଢୁଥିବା ପେଟ୍ରୋଲ-ଡିଜେଲ ଦାମର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି, ପଶ୍ଚିମ ଏସିଆରେ ଚାଲିଥିବା ଇସ୍ରାଏଲ ଓ ହିଜବୁଲ୍ଲା ଯୁଦ୍ଧା

ସାରା ଦେଶରେ ମହଙ୍ଗା ହେବ ଡିଜେଲ- ପେଟ୍ରୋଲ:
ଲଗାତାର ଭାବରେ ଏମିତି ଯଦି ଡିଜେଲ- ପେଟ୍ରୋଲ ଦର ବଢି ଚାଲେ ତେବେ ବାରତୀୟଙ୍କୁ ଶକ୍ତ ଝଟକା ଲାଗିବା ଥୟା ପେଟ୍ରୋଲ-ଡିଜେଲ ଦର ନିର୍ବାଚନ ପୂର୍ବରୁ କିଛି ମାତ୍ରାରେ ଲମ୍ବା ସମୟ ପରେ କମ୍ ହୋଇଥିଲା । ନିର୍ବାଚନ ପରବର୍ତ୍ତୀ ସମୟରେ ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ଏହାର ଦର ଏବେ ସ୍ଥିର ରହିଛିା ମାତ୍ର ଦାମ୍ ଉପରେ ପରିବର୍ତ୍ତନ କରିବାର ଚାପ ମଧ୍ୟ ଏବେ ସରକାର ପାଇଁ ଆହ୍ୱାନଭରା ହେବା କର୍ଣ୍ଣାଟକ ସରକାର ପେଟ୍ରାଲ-ଡିଜେଲର ଦାମ୍ ୩-୩ ଟଙ୍କାର ବଢିପାରୋ ସରକାରୀ ତେଲ କମ୍ପାନୀଗୁଡିକ ଆଗାମୀ ଦିନରେ ଅଶୌଧିତ ତୈଳର ଦର ବଢାଇବା ଆଶଙ୍କା କରାଯାଉଛିା ଯାହା ଏବେ ସାଧାରଣ ଜନତାର ଚିନ୍ତାକୁ ଦ୍ୱିଗୁଣିତ କରିଛିା

Get real time updates directly on you device, subscribe now.