fbpx

ବଢିଲା ଅଶୋଧିତ ତୈଳଦର: ପେଟ୍ରୋଲ-ଡିଜେଲ ମୂଲ୍ୟରେ ହେଲାକି ପରିବର୍ତ୍ତନ ?

ନୂଆଦିଲ୍ଲୀ,: ଅନ୍ତର୍ଜାତୀ ବଜାରରେ ଅଶୋଧିତ ତୈଳଦର ପରିବର୍ତ୍ତନ ହେବାରେ ଲାଗିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା ୯୧ ଡଲାର ହୋଇଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ୮୬ ଡଲାର ରହିଛି । ତେବେ ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଇଣ୍ଡିଆନ ଅଏଲର ୱେବସାଇଟ୍ ମୁତାବକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୪.୭୨ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୨୧ଟଙ୍କା ଥିବା ବେଳେ ଡିଜେଲ ୯୨.୨୭ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ ୧୦୩.୯୪ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୯୦.୭୬ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୧୦୦.୭୫ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ୯୪.୩୪ଟଙ୍କା ରହିଛି । ଫଳରେ ଆଗାମୀ ଦିନରେ ତୈଳଦର ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି ।

Get real time updates directly on you device, subscribe now.