fbpx

ସ୍ଥଗିତ ହେଲା CSIR-UGC-NET ପରୀକ୍ଷା: NTA ପକ୍ଷରୁ ସୂଚନା ଜାରି

Advertisement

ନୂଆଦିଲ୍ଲୀ: ସିଏସଆଇଆର-ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷ।।ର ଆୟୋଜନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ କରାଯାଇଥାଏ । ଜୁନ୍ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ହେବା ନେଇ ସ୍ଥିର ହୋଇଥିଲା । ଏହି ପରୀକ୍ଷା ପାଇଁ ଆବଶ୍ୟକ ରିସୋର୍ତ୍ସର ଅଭାବ କାରଣରୁ ଏନଟିଏ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇଛି । ପ୍ରାର୍ଥୀମାନେ ସବିଶେଷ ତଥ୍ୟ ଜାଣିବା ପାଇଁ ଏନଟିଏର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

ସିଏସଆଇଆର-ୟୁଜିସି-ନେଟ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି । ଆବଶ୍ୟକ ରିସୋର୍ସ ଅଭାବ କାରଣରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଖୁବଶୀଘ୍ର ଏନଟିଏ ନୂଆ ପରୀକ୍ଷା ତାରିଖ ଘୋଷଣା କରିବ । ତେଣୁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Image

Get real time updates directly on you device, subscribe now.