fbpx

ଚାଲିଲାନି ଜାଡେଜାଙ୍କ ବ୍ୟାଟ: ରାୟୁଡୁଙ୍କ ଦମଦାର ପାଳି ପରେ ବି ମ୍ୟାଚ ହାତଛଡା କଲା ଚେନ୍ନାଇ

ମୁମ୍ବାଇ: ୧୮୮ ଟର୍ଗେଟର ପିଛା କରି ମଇଦାନରେ ପାଦ ରଖିଥିଲେ ରବିନ ଉତ୍ଥାପା ଏବଂ ରୁତୁରାଜ ଗାଏକ୍ୱାଡ । ସିଜନରେ ସୁନ୍ଦର ପ୍ରଦର୍ଶନ କରିଥିବା ଉତ୍ଥାପା କିନ୍ତୁ ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ୭ ବଲରେ ୧ ରନ କରି ଶେଷରେ ସନ୍ଦୀପ ଶର୍ମାଙ୍କ ବଳରେ ଆଉଟ ହୋଇ ପାଭିଲିୟନ ପେରିଯାଇଥିଲେ । ଏହାପରେ ମଧ୍ୟ ବ୍ୟକ୍ତିଗତ ୯ ରନରେ ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲେ ମିଚେଲ ସାଣ୍ଟନର । ଶିବମ ଦୁବେ ମଧ୍ୟ ଶସ୍ତାରେ ରିଶି ଧୱନଙ୍କୁ ନିଜ ୱିକେଟ ଦେଇଥିଲେ । ମାତ୍ର ୮ ରନ କରି ସେ ପାଭିଲିୟନ ପେରିଯାଇଥିଲେ । ତେବେ ଅନ୍ୟପଟେ ଭଲ ଲୟରେ ଖେଳୁଥିଲେ ଓପନର ଋତୁରାଜ ଗାଏକ୍ୱାଡ । ଦୁବେଙ୍କ ୱିକେଟ ପରେ ଋତୁରାଜଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ ଅମ୍ବାତି ରାୟୁଡୁ । ଉଭୟ ମିଶି ପାଳିକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିବା ବେଳେ ୧୩ତମ ଓଭରରେ ୩୦ ରନ କରି ରାବାଡାଙ୍କ ଶିକାର ପାଲଟିଥିଲେ ଋତୁରାଜ । ୨୭ ବଲରୁ ୪ ଚୌକା ସହ ୩୦ ରନ କରି ଆଉଟ ହୋଇଥିଲେ ଋତୁରାଜ ।

GT vs CSK: Ambati Rayudu Becomes 10th Indian to Record 4,000 Runs in IPL

କିନ୍ତୁ ତାଙ୍କ ପରେ ଜାଡେଜାଙ୍କ ଧିମା ପାରି ଦଳ ଉପରେ ବୋଝ ପାଲଟିଯାଇଛି । ଗୋଟିଏ ପଟେ ରାୟୁଡୁ ଦମଦାର ପାଳି ଖେଳୁଥିବା ବେଳେ ଜାଡେଜା ଏକଦମ ଶାନ୍ତ ରହିଛନ୍ତି । ତେବେ ୩୯ ବଲରେ ୭୮ ରନର ଏକ ଧାମାକାଦାର ପାଳି ଖେଳି ୧୮ତମ ଓଭରରେ ଦୁର୍ଭାଗ୍ୟ ଜନକ ଭାବେ ଆଉଟ ହୋଇ ଯାଇଥିଲେ ରାୟୁଡୁ । ଏହିଠାରୁ ହିଁ ଚେନ୍ନାଇ ହାତରୁ ମ୍ୟାଚ ଖସି ଯାଇଥିଲା । ଗୋଟିଏ ପଟେ ଜାଡେଜା ଫର୍ମରେ ନଥିବା ବେଳେ ଅନ୍ୟ ପଟେ ଧୋନୀ ନୂଆ କରି କ୍ରିଜକୁ ଆସିଥିଲେ । ସେପଟେ ରନ ରେଟ ବି ବଢି ୧୨ ପାଖା ପାଖି ପହଞ୍ଚି ଯାଇଥିଲା । କିନ୍ତୁ ଧୋନୀ ଏବଂ ଜାଡେଜା ମ୍ୟାଚକୁ ହାତମୁଠାକୁ ଆଣିବାକୁ ବହୁ ଚେଷ୍ଟା କରିବା ପରେ ମଧ୍ୟ ଫେଲ ମାରିଛନ୍ତି । ଜାଡେଜା ୧୫ ବଲରେ ୨୧ ରନ କରିତିବା ବେଳେ ଶେଷ ଓଭରରେ ଗୋଟିଏ ଛକା ମାରି ଆଉଟ ହେବା ସହ ଚେନ୍ନାଇ ବିଜୟ ଆଶା ବି ଶେଷ ହୋଇଯାଇଥିଲା । ୮ବଲରେ ଗୋଟିଏ ଲେଖାଏଁ ଛକା ଏବଂ ଚୌକା ସହ ୧୨ ରନ କରିଛନ୍ତି ମାହି । ଏହାପରେ ପ୍ରିଟୋରିୟସ ଫଳରେ ଚେନ୍ନାଇ ଏହି ମ୍ୟାଚରେ ୧୧ ରନରେ ପରାସ୍ତ ହୋଇଛି । ଏହା ସହିତ ଦଳ ନିକଟରେ ପ୍ଲେଅଫରେ ପହଞ୍ଚିବାର ଆଉ ଏକ ସୁଯୋଗ ବି ହାତଛଡା ହୋଇଛି ।

PBKS owner 2022: Owner of Punjab Kings in 2022 IPL - The SportsRush

ପଞ୍ଜାବ ପକ୍ଷରୁ କାଗିସୋ ରାବାଡା ଏବଂ ରିଶି ଧୱନ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ଏହି ବୋଲର । ତାଙ୍କ ବ୍ୟତୀତ ସନ୍ଦୀପ ଶର୍ମା,  ଆର୍ଦୀପ ସିଂହ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ରାହୁଲ ଚହର ଏବଂ ଲିଆମ ଲିଭିଙ୍ଗଷ୍ଟୋନ ୪ ଓଭର ବୋଲିଂ କରିଥିବା ବେଳେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

Get real time updates directly on you device, subscribe now.