fbpx
BSKY SKY
BSKY SKY

OSSCର ମିଳିତ ବୈଷୟିକ ସେବା ପରୀକ୍ଷାର ଅନଲାଇନ୍ ଆବେଦନ ତାରିଖ ଘୁଞ୍ଚିଲା, ଘୋଷଣା ହେଲା ନୂଆ ତାରିଖ

BSKY

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଗତ ୮ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ନିକଟରେ୧୫ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ୧୩ଟି ଲାବୋରେଟୋରୀ ଆଟେଣ୍ଡାଣ୍ଟ ପଦକୁ ପ୍ରତ୍ୟାହାର କରାଯାଇଥିଲା ।

ପୂର୍ବ ବିଜ୍ଞପ୍ତି ମୁତାବକ, ଏହି ନିଯୁକ୍ତିର ଆବେଦନ ପ୍ରକ୍ରିୟା ଡିସେମ୍ବର ମାସ ୨୦ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ମାସ ୧୯ ତାରିଖରେ ସମାପ୍ତ ହେବାର ଥିଲା । ଡିସେମ୍ବର ୨୦ରୁ ଜାନୁଆରୀ ୨୨ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରିପାରିବେ ଓ ଡିସେମ୍ବର ୨୦ରୁ ଜାନୁଆରୀ ୨୪ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ବୋଲି କୁହାଯାଇଥିଲା ।

ତେବେ ନୂଆ ନୋଟିସ୍ ମୁତାବକ, କିଛି ବୈଷୟିକ ତ୍ରୁଟି କାରଣରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା-୨୦୨୩ର ଅନଲାଇନ୍ ଆବେଦନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି । ଡିସେମ୍ବର ୨୨ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଜାନୁଆରୀ ୨୧ରେ ସରିବ । ସେହିପରି ଡିସେମ୍ବର ୨୨ରୁ ଜାନୁଆରୀ ୨୪ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରାଯିବ ଓ ଡିସେମ୍ବର ୨୨ରୁ ଜାନୁଆରୀ ୨୭ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯିବ ।

ପ୍ରାର୍ଥୀଙ୍କୁ ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ, ଜୁନିୟର ଇଞ୍ଜିନିୟର (ମେକାନିକାଲ), ଜୁନିୟର ଇଞ୍ଜିନିୟର (ସିଭିଲ), ଟ୍ରେସର ଆଦି ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ, ସହରୀ ଯୋଜନା ନିର୍ଦ୍ଦେଶାଳୟ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ, ଖଣି ଓ ଭୂବିଜ୍ଞାନ, ପଞ୍ଚାୟତିରାଜ ଓ ପିଇବା ପାଣି ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.