fbpx

ଶରୀରକୁ ହାଇଡ୍ରେଟ୍ ରଖିବା ସହ ପେଟର ଚର୍ବିକୁ ଲହୁଣୀ ପରି ତରଳାଇଥାଏ କାକୁଡ଼ି

ଗତ ୨ ବର୍ଷ ମଧ୍ୟରେ ଲୋକଙ୍କ ଓଜନ ବହୁତ ବୃଦ୍ଧି ପାଇଛି । କାରଣ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନରେ ୱାର୍କ ଫ୍ରମ୍ ହୋମ୍ ସେମାନଙ୍କୁ ଘରେ ବନ୍ଦୀ କରି ରଖିଥିଲା । ବର୍ତ୍ତମାନ ଲୋକ ସେମାନଙ୍କର ପେଟର ଚର୍ବିକୁ ହ୍ରାସ କରିବାକୁ ଚାହାଁନ୍ତି । କିନ୍ତୁ ଅଧିକାଂଶଙ୍କର ଜିମ୍ ଯିବାକୁ ସମୟ ନାହିଁ, ତେଣୁ ସେମାନଙ୍କୁ ସେମାନଙ୍କର ଖାଦ୍ୟ ବଦଳାଇବାକୁ ପଡିବ, ତେବେ ଯାଇ ସେମାନେ ଭଲ ରେଜଲ୍ଟ ପାଇପାରିବେ ।

ବଡିକୁ ସେପରେ ଆଣିବା ଏବଂ ଫ୍ଲାଟ ଟମି ପାଇବା କାହା ପାଇଁ ସହଜ ନୁହେଁ । ଏଥିପାଇଁ ଆମର ଦୈନନ୍ଦିନ ଖାଦ୍ୟ ଅଭ୍ୟାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ପ୍ରତିଦିନ ଗୋଟିଏ ପରିବା ଖାଆନ୍ତି, ତେବେ ଓଜନ ହ୍ରାସ କରିବା ସହଜ ହେବ । ଚାଲନ୍ତୁ ଜାଣିବା ସେହି ପରିବା ବିଷୟରେ । କାକୁଡିକୁ ସାଧାରଣତଃ ସାଲାଡ ଭାବରେ ଖିଆଯାଏ । ଏଥିରେ ପାଣି ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କାଡୁଡି ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହୁଏ ନାହିଁ । କମ୍ ଖାଇବା ଆମ ଓଜନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ପେଟର ଚର୍ବି କମାଇବା ସହଜ ହୋଇଥାଏ । ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସମୟରେ କାକୁଡି ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ । ଯଦି ଆପଣ ଏହାର ସ୍ୱାଦ ବଢାଇବାକୁ ଚାହାଁନ୍ତି, ତେବେ ଏଥିରେ କାକୁଡି, ଗାଜର, ପିଆଜ, ମୂଳା ଏବଂ ଟମାଟୋ ସହିତ ଲେମ୍ବୁ ରସ ମିଶାନ୍ତୁ । ଏହା ପେଟର ଚର୍ବିକୁ ଲହୁଣୀ ପରି ତରଳାଇବ ।

Get real time updates directly on you device, subscribe now.