fbpx

CUET PG ୨୦୨୪ ରେଜଲ୍ଟ ଘୋଷଣା କଲା NTA: ୱେବସାଇଟ୍ ଲିଙ୍କକୁ ଯାଇ ଫଳାଫଳ ଚେକ୍ କରିପାରିବେ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ କମନ୍ ୟୁସିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ୟୁଜି ୨୦୨୪ ରେଜଲ୍ଟ ଘୋଷଣା କରାଯାଇଛି । ଯେଉଁ ପ୍ରାର୍ଥୀମାନେ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା ଦେଇଥିଲେ ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜର ନିଜର ଫଳାଫଳ ଚେକ୍ କରିପାରିବେ । ରେଜଲ୍ଟ ସହିତ ଟପର୍ସ ଲିଷ୍ଟ ମଧ୍ୟ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ସିୟୁଇଟି ପିଜି ୨୦୨୪ ପରୀକ୍ଷାର ଆୟୋଜନ କରାଯାଇଥିଲା । ଗତ ୫ ତାରିଖ ଦିନ ପ୍ରୋଭିଜନାଲ ଆସନର-କି ଜାରି କରାଯାଇଥିଲା ଓ ତା’ ଉପରେ ଆପତ୍ତି ଦାଖଲ କରିବା ପାଇଁ ପ୍ରାର୍ଥୀଙ୍କୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ପ୍ରାର୍ଥୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆପତ୍ତିର ସମାଧାନ ପାଇଁ ଏନଟିଏ ପକ୍ଷରୁ ଫାଇନାଲ ଆସନର-କି ଗତ ୧୨ ତାରିଖରେ ଜାରି କରାଯାଇଥିଲା ।

ରେଜଲ୍ଟ ଲିଙ୍କ: https://pgcuet.samarth.ac.in/

Get real time updates directly on you device, subscribe now.