fbpx
BSKY
BJD MS SKY
BJD YOUTH SKY

(Video): ମୈସୁର ପାକ୍ ଉପହାର ଦେଲେ ରାହୁଲ ଗାନ୍ଧୀ, ‘ଏକ୍ସ’ରେ ଭାବପୂର୍ଣ୍ଣ ପୋଷ୍ଟ ଲେଖିଲେ ଏମ୍‌.କେ ଷ୍ଟାଲିନ୍‌

ଚେନ୍ନାଇ: ‘ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର ଏବଂ ଆଜି ଯିଏ ମିତ୍ର କାଲି ସିଏ ଶତ୍ରୁ ।’ ଅନେକ ସମୟରେ ଆପଣ ଏପରି ଶୁଣିଥିବେ । କିନ୍ତୁ ବେଳେ ବେଳେ କିଛି ସମ୍ପର୍କ ଆହୁରୀ ଦୃଢ଼ ହୋଇଥାଏ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ମଧ୍ୟରେ । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ତାମିଲନାଡ଼ୁ ଗସ୍ତ କରିଥିଲେ । ପରେ ନିଜ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି ମୈସୁର ପାକ୍ କିଣିବା ପାଇଁ ଏକ ମିଠା ଦୋକାନ ପହଞ୍ଚିଥିଲେ । ତେବେ ରାହୁଲ ଗାନ୍ଧୀଙ୍କୁ ଦେକାନରେ ଦେଖି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତାମିଲନାଡ଼ୁରେ ବିପକ୍ଷ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ DMK ଏବଂ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିମଧ୍ୟରେ ପ୍ରଚାର କାର୍ଯ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡ଼ୁ ଆସିଥିବା ବେଳେ କୋଏମ୍ବାତୁରର ଏକ ମିଠା ଦୋକାନରୁ ଏମ୍ କେ ଷ୍ଟାଲିନଙ୍କ ପାଇଁ ମୈସୁର ପାକ୍ କିଣିବା ପାଇଁ ପହଞ୍ଚିଥିଲେ । କଂଗ୍ରେସ ଏହାର ଭିଡ଼ିଓ ସୋସିଆଲ ମିଡ଼ିରେ ଶେୟାର କରି କ୍ୟାପସନରେ ଲେଖିଛି, ‘ରାହୁଲ ଗାନ୍ଧୀଙ୍କ ତରଫରୁ ଷ୍ଟାଲିନଙ୍କୁ ମୈସୁର ପାକ୍ ଉପହାର । ତାମିଲନାଡ଼ୁବାସୀଙ୍କ ସହ ମଧୁର ସମ୍ପର୍କକୁ ପାଳନ କରୁଛନ୍ତି ।’ ଏହି ଭିଡ଼ିଓରେ ରାହୁଲ ଡିଭାଇଡର ପାର କରି ମିଠା ଦୋକାନ ପହଞ୍ଚିଥିବାର ଦେଖାଯାଇଛି । ମିଠା କିଣିବା ସହ କିଛି ଖାଇଥିଲେ ମଧ୍ୟ । ଶେଷରେ ମହିଳା କର୍ମୀଙ୍କ ସହ ଫଟୋ ବି ଉଠାଇଥିଲେ । ଏହି ଭିଡ଼ିଓର ପ୍ରତିକ୍ରିୟାରେ ଏମ୍ କେ ଷ୍ଟାଲିନ୍ ଲେଖିଛନ୍ତି, ‘ମୋ ଭାଇ ରାହୁଲ ଗାନ୍ଧୀଙ୍କ ଏଭଳି ଭଲପାଇବାରୁ ମୁଁ ବେଶ ପ୍ରଭାବିତ ଓ ଅଭିଭୂତ ଅନୁଭବ କରୁଛି । ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ ତାଙ୍କୁ ନିଶ୍ଚୟ ଏକ ମିଠା ବିଜୟ ଦେବ !’ ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.