fbpx

କେବେ ହେବ CUET-UG ପୁନଃ ପରୀକ୍ଷା ? ଜାଣନ୍ତୁ Dates

ନୂଆଦିଲ୍ଲୀ: ସିୟୁଇଟି-ୟୁଜି ପୁନଃ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତାରିଖ ଘୋଷଣା କରିଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୯ରେ ସିୟୁଇଟି ୟୁଜି ପୁନଃ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏହି ପରୀକ୍ଷାରେ ଭାଗ ନେଉଥିବା ପ୍ରାର୍ଥୀମାନେ ସମସ୍ତ ଅଫିସିଆଲ ୱେବସାଇଟକୁ ଯାଇ ନୋଟିସ ଯାଞ୍ଚ କରିପାରିବେ । ସେମାନଙ୍କ ନିକଟକୁ ମଧ୍ୟ ଏଟିଏ ପକ୍ଷରୁ ଇ-ମେଲ ପଠାଯାଇଛି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କହିଛି ଯେ ସମସ୍ତ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଖୁବଶୀଘ୍ର ପ୍ରକାଶ ପାଇବ । ରିଲିଜ୍ ହେବା ପରେ ପ୍ରାର୍ଥୀମାନେ ନିଜର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସଦ୍ୟତମ ବିଜ୍ଞପ୍ତିରେ ଏନଟିଏ ସୂଚନା ଦେଇଛି ଯେ ବିଷୟ ବିଶେଷଜ୍ଞମାନେ ବର୍ତ୍ତମାନ ଅସ୍ଥାୟୀ ଉତ୍ତର କୀରେ ପରୀକ୍ଷାର୍ଥୀଙ୍କୁ ମିଳିଥିବା ପ୍ରଶ୍ନକୁ ଆଧାର କରି ସିୟୁଇଟି ୟୁଜି ଚୂଡ଼ାନ୍ତ ଉତ୍ତର କୀ ପ୍ରସ୍ତୁତ କରୁଛନ୍ତି ।

ଚୂଡ଼ାନ୍ତ ଉତ୍ତର କୀ ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଅପଲୋଡ କରାଯିବ । ଏହା ପୂର୍ବରୁ ଜୁଲାଇ ୭ରେ ପରୀକ୍ଷା ଏଜେନ୍ସି ସିୟୁଇଟି ୟୁଜି ୨୦୨୪ର ପ୍ରୋଭିଜନାଲ ଉତ୍ତର କୀ ଜାରି କରିଥିଲା । ଜୁଲାଇ ୭ରୁ ୯ ମଧ୍ୟରେ ସିୟୁଇଟି ୟୁଜି ୨୦୨୪ ପ୍ରୋଭିଜନାଲ ଉତ୍ତର କୀ ବିରୋଧରେ ପ୍ରାର୍ଥୀମାନେ ଆପତ୍ତି ଉଠାଇବାକୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.