ବାହାଘର ପାଇଁ ସୁନା କିଣିବାକୁ ପ୍ଲାନ୍ କରୁଥିଲେ କରନ୍ତୁ ଟିକେ ଅପେକ୍ଷା:ବଜେଟରେ କମିଲା କଷ୍ଟମ ଡ୍ୟୁଟି, ଶସ୍ତାରେ ମିଳିବ ଗୋଲ୍ଡ
ସୁନା କିଣିବାକୁ ଯୋଜନା କରୁଥିଲେ ଆଉ କିଛି ସମୟ ଅପେକ୍ଷା କରନ୍ତୁ । କାରଣ ସୁନା ମୂଲ୍ୟ କମିବାକୁ ଯାଉଛି
ନୂଆଦିଲ୍ଲୀ: ବାହାଘର ପାଇଁ ସୁନା କିଣିବାକୁ ଯୋଜନା କରୁଥିଲେ ଆଉ କିଛି ସମୟ ଅପେକ୍ଷା କରନ୍ତୁ । କାରଣ ସୁନା ମୂଲ୍ୟ କମିବାକୁ ଯାଉଛି । କାରଣ ଏଥର ବଜେଟରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା ହୋଇଛି ।
ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି ଏବଂ ଏଥିରେ ଆୟକର ଛାଡ଼ ଠାରୁ ଆରମ୍ଭ କରି ସିଏପିଇଏକ୍ସ ଉପରେ ଖର୍ଚ୍ଚ ପର୍ଯ୍ୟନ୍ତ ପ୍ରମୁଖ ଘୋଷଣା କରାଯାଇଛି ।
ଏହା ବ୍ୟତୀତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଳଙ୍କାର ସାମଗ୍ରୀ ଏବଂ କିଛି ସମ୍ପର୍କିତ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ କରିଛନ୍ତି । ଅର୍ଥମନ୍ତ୍ରୀ ଅଳଙ୍କାର ସାମଗ୍ରୀ ଉପରେ ୨୫ ପ୍ରତିଶତ କଷ୍ଟମ ଡ୍ୟୁଟିକୁ ୨୦ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ବଜେଟରେ କଷ୍ଟମ୍ ଡ୍ୟୁଟି ହ୍ରାସ ଯୋଗୁଁ, ଆମଦାନୀ ହୋଇଥିବା ଅଳଙ୍କାର ଏବଂ ମୂଲ୍ୟବାନ ଧାତୁରେ ତିଆରି ପାର୍ଟ ଶସ୍ତା ହେବ ।
ଶନିବାର ଉପସ୍ଥାପିତ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ବଜେଟ୍ ଡକ୍ୟୁମେଣ୍ଟ ଅନୁଯାୟୀ, ସୁନା ଏବଂ ରୂପା ବାସନକୁସନର ଅଳଙ୍କାର ସାମଗ୍ରୀ, ଅଂଶ ଏବଂ ଆନୁଷଙ୍ଗିକ ସାମଗ୍ରୀ ଉପରେ ମୌଳିକ ସୀମା ଶୁଳ୍କ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ସୀତାରମଣ ପ୍ଲାଟିନମ୍ ଫାଇଣ୍ଡିଙ୍ଗ୍ ଉପରେ ଆମଦାନୀ ଶୁଳ୍କକୁ ୨୫ ପ୍ରତିଶତରୁ ପାଞ୍ଚ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ରତ୍ନ ଏବଂ ଅଳଙ୍କାର ଶିଳ୍ପ ପ୍ଲାଟିନମ୍ ଫାଇଡିଙ୍ଗ ଉପରେ ସୀମା ଶୁଳ୍କ ହ୍ରାସକୁ ସ୍ୱାଗତ କରିଛି । ସରକାର ପ୍ଲାଟିନମ୍ ଏବଂ ସୁନା ମିଶ୍ରିତ ଧାତୁ ପାଇଁ ଏକ ପୃଥକ ଏଚଏସ କୋଡ୍ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।