fbpx

PAN କାର୍ଡଧାରୀ ସାବଧାନ୍! ଏହି ଭୁଲ୍ କଲେ ଗୋଟିଏ ଝଟକାରେ ଗଣିବାକୁ ପଡ଼ିବ ୧୦ ହଜାର ଜୋରିମାନା

ନୂଆଦିଲ୍ଲୀ: ପାନ୍ କାର୍ଡ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆଜିର ସମୟରେ ପାନ୍ କାର୍ଡ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ, ଯାହାକି ଆର୍ଥିକ କାରବାର ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକ ହୋଇଥାଲ । ବର୍ତ୍ତମାନ ପାନ୍ କାର୍ଡକୁ ଆଧାର ଏବଂ ସବୁ ସ୍ଥାନରେ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି, ନଚେତ୍ ଆପଣଙ୍କର ପାନ୍ କାର୍ଡ କାମ କରିବ ନାହିଁ । ଯଦି ଆପଣ ପାନ୍ କାର୍ଡ ସହିତ ଜଡିତ କିଛି ଭୁଲ୍ କରିଛନ୍ତି, ତେବେ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜୋରିମାନା ଲାଗିପାରେ । ପାନ୍ କାର୍ଡର ଏହି ନିୟମ ବିଷୟରେ ଆସନ୍ତୁ ଜାଣିବା ।

୨ଟି କାର୍ଡ ହେବାକୁ ହୋଇପାରେ ଏହି ସମସ୍ୟା :-

– ଯଦି ଆପଣଙ୍କ ପାଖରେ ପାନ୍ କାର୍ଡ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
– ସର୍ବପ୍ରଥମେ ଆପଣ ପାନ୍ କାର୍ଡରେ ଦିଆଯାଇଥିବା ଦଶ ଅଙ୍କର ପାନ୍ ନମ୍ବରକୁ ସାବଧାନରେ ପୂରଣ କରନ୍ତୁ ।
– ଏଥିରେ ସ୍ପେଲିଂ ଭୁଲ ବା ନମ୍ବର ଏପଟ ସେପଟ ହେବା ଦ୍ୱାରା ଆପଣଙ୍କୁ ଦଣ୍ଡ ମିଳିପାରେ ।
– ଏହା ସହିତ ଯଦି ଆପଣଙ୍କର ପାଖରେ ଦୁଇଟି ପାନ୍ କାର୍ଡ ଅଛି, ତେବେ ଆପଣଙ୍କୁ ବଡ଼ ଜୋରିମାନା ଦେବାକୁ ପଡିବ ।
– ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିପାରେ ।
– ଯଦି ଆପଣଙ୍କର ଦୁଇଟି ପାନ୍ କାର୍ଡ ମଧ୍ୟ ଅଛି, ତେବେ ତୁରନ୍ତ ଆପଣଙ୍କୁ ଆପଣଙ୍କର ଦ୍ୱିତୀୟ ପାନ୍ କାର୍ଡକୁ ବିଭାଗକୁ ସମର୍ପଣ କରିବାକୁ ପଡିବ ।
– ଆୟକର ଅଧିନିୟମ, ୧୯୬୧ ର ବିଭାଗ ୨୭୨ବି ରେ ମଧ୍ୟ ଏହା ପାଇଁ ଏକ ବ୍ୟବସ୍ଥା ଅଛି ।

ଦ୍ୱିତୀୟ ପାନ୍ କାର୍ଡକୁ କରନ୍ତୁ ସରେଣ୍ଡର :-
– ଏଥିପାଇଁ ଆପଣ ଆୟକର ବିଭାଗର ୱେବସାଇଟକୁ ଯାଆନ୍ତୁ ।

– ବର୍ତ୍ତମାନ Request for New PAN Card / Change କିମ୍ବା Correction ପାନ ଡାଟା ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏବେ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପୂରଣ କରି ଏହାକୁ ଯେକୌଣସି ଏନଏସଡିଏଲ କାର୍ଯ୍ୟାଳୟରେ ଜମା କରନ୍ତୁ ।

Get real time updates directly on you device, subscribe now.