SBI ସମେତ ଏହି 6 ଟି ବ୍ୟାଙ୍କର ଗ୍ରାହକ UPI ମାଧ୍ୟମରେ କରିପାରିବେ ଡିଜିଟାଲ ପେମେଣ୍ଟ , ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିବରଣୀ
ନୂଆଦିଲ୍ଲୀ : ବର୍ତ୍ତମାନ ଭାରତର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅର୍ଥାତ SBI ବ୍ୟାଙ୍କ ଦେଶର ସର୍ବୋତ୍ତମ ବ୍ୟାଙ୍କ ମଧ୍ୟରେ ୭ନଂରେ ଅଛି । ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୟୁପିଆଇ ଜରିଆରେ ଟଙ୍କା ଦେଣ ନେଣ କରିବା ପାଇଁ ଅନୁମତି ପ୍ରଦାନ କରିଛି । SBI ଗ୍ରାହକମାନଙ୍କ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଅର୍ଥାତ ଡିଜିଟାଲ ମୁଦ୍ରା ସମ୍ବନ୍ଧରେ UPI ସ୍କାନ କରି ପେମେଣ୍ଟ କରିବାର ସୁବିଧା ଆରମ୍ଭ କରିଛି ।
ବ୍ୟାଙ୍କ ଏହି ସୁବିଧାକୁ ପାରସ୍ପରିକ କାର୍ଯ୍ୟଦକ୍ଷତା ଭାବରେ ନାମିତ କରିଛି । ସୂଚନାଯୋଗ୍ୟ ଯେ, ଏସବିଆଇର ଏହି ପଦକ୍ଷେପ ପରେ ଗ୍ରାହକମାନେ ଡିଜିଟାଲ ପେମେଣ୍ଡ କାରବାର ସହଜରେ କରିପାରିବେ। ଏସବିଆଇ ବ୍ୟତୀତ ଦେଶରେ ଆହୁରି ୬ଟି ବ୍ୟାଙ୍କ ଅଛି, ଯାହା ଗ୍ରାହକଙ୍କୁ UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ କାରବାରର କାରିବାର ସୁବିଧା ଯୋଗାଉଛି ।
ଏହି ବ୍ୟାଙ୍କ ଗୁଡିକୁ ମଧ୍ୟ ମିଳିବ UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟର ସୁବିଧା :
୧. ବ୍ୟାଙ୍କ ଅଫ ବରୋଦା
୨. ୟୁନୁୟନ ବ୍ୟାଙ୍କ ଅଫ ଇଣ୍ଡିଆ
୩. ଏଚଡିଏଫସି ବ୍ୟାଙ୍କ
୪. ଆଇସିଆଇସିଆଇ ବ୍ୟାଙ୍କ
୫. କୋଲକ ମହିନ୍ଦ୍ରା ବ୍ୟାଙ୍କ
୬. ଆଇଡିଏଫସି ବ୍ୟାଙ୍କ