fbpx

(Video) ସାର୍ଟ ଖୋଲି ବର୍ଷାରେ ନାଚିବାକୁ ଲାଗିଲା ଏହି ଛୋଟ ପିଲା, ଲୋକେ କହିଲେ ସୋ କ୍ୟୁଟ୍…

Advertisement

ବର୍ଷା ଆସିଲେ ସମସ୍ତଙ୍କ ମନ ଏକ ପ୍ରକାର ପ୍ରଫୁଲ୍ଲିତ ହୋଇଯାଏ । ପିଲାମାନେ ତ’ ବର୍ଷାରେ ଭିଜିବାକୁ ହୁଏତ ସବୁଠୁ ମଜାଦାର ଭାବିଥାନ୍ତି । ଆପଣ ବି ଆପଣଙ୍କ ପିଲାଦିନେ ବର୍ଷାରେ ଭିଜି ଭିଜି ନିଶ୍ଚୟ ଖେଳିଥିବେ । ପ୍ରକୃତରେ ପିଲାଙ୍କ ବର୍ଷାରେ ଭିଜି ଖେଳିବାରେ ନିଆରା ମଜାଥାଏ ।

ଏବେ ଏଭଳି ଏକ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କୁ ହୁଏତ ଆପଣଙ୍କ ପିଲାଦିନ କଥା ମନେପଡ଼ିଯିବ । ଭାଇରାଲ ଭିଡିଓରେ ଗୋଟିଏ ଛୋଟ ପିଲା ବର୍ଷାରେ ଏତେ ଖୁସି ହୋଇଯାଉଛି ଯେ ସେ ବର୍ଷାରେ ଭିଜି ନାଚିବାକୁ ଲାଗୁଛି । ଆଉ ଖୁସିରେ ତଳେ ଗଡ଼ିଯାଉଛି ।ପିଲାଟିର ମୁହଁରେ ଯେଉଁ ଖୁସି ରହିଛି ତାହା ଆପଣ ଦେଖିପାରୁଥିବେ, ସତେ ଯେମିତି ସେ ସାରା ଜଗତ ଜିତିନେଇଛି । ଯାହାକୁ ଦେଖିଲେ ଆପଣ ବି କହିବେ ଏହି ଭିଡିଓ ସତରେ କ୍ୟୁଟ୍ । ଦେଖନ୍ତୁ ଭିଡିଓ…

ସେପଟେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ । ଅନେକ କମେଣ୍ଟରେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Get real time updates directly on you device, subscribe now.