fbpx

କ୍ୟାମେରା ସାମନାରେ କିଛି ଏମିତି କରିବାର ନଜର ଆସିଲା ସିଲ: କ୍ୟୁଟ ଭିଡିଓ ଭାଇରାଲ

ଓଡିଶା ଭାସ୍କର: ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ ଟ୍ରେଣ୍ଡିଂରେ ରହିଛି । ତେବେ ପଶୁ ପକ୍ଷୀମାନଙ୍କ ଅନେକ ଭିଡିଓ ଆପଣ ଦେଖିଥିବେ । କିନ୍ତୁ ଏଭଳି ଭିଡିଓ ଆପଣ କେବେ ବି ଦେଖି ନଥିବେ । ଅନେକ ଭିଡିଓ ପଶୁପକ୍ଷୀଙ୍କ କ୍ୟୁଟ ଅନ୍ଦାଜରେ ଝଗଡା, ମାରପିଟ କିମ୍ବା ଅନ୍ୟ କିଛି କୌତୁହଳ ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖିବାକୁ ମିଳେ । କିନ୍ତୁ ଏହି ଭିଡିଓ ମନରେ ଏକ ଆେନ୍ଦୋଳନ ସୃଷ୍ଟି କରୁଛି । ଆଉ ଦେଖାଇ ଦେଉଛି କି ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ଏତେ ନିବିଡ ବି ହୋଇପାରେ ।

ତେବେ ଏହି ଭିଡିଓଟି ଗୋଟିଏ ସିଲ୍ ମାଛ ଉପରେ ଆଧାର କରି କରାଯାଇଛି । ସାମୁଦ୍ରିକ ଜୀବ, ଅର୍ଥାତ ଜନଜାତିରୁ ପ୍ରାୟତଃ ଦୂରରେ ବସବାସ କରୁଥିବା ଏହି ଜୀବ ବି ମଣିଷର କଥାକୁ କେମିତି ବୁଝି ପାରୁଛି ଟିକିଏ ଦେଖନ୍ତୁ । ସିଲ୍ ର ଏହି କ୍ୟୁଟ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ସି ଲାୟନ କୁହାଯାଉଥିବା ଏହି ଜୀବ ଅଧିକାଂଶ ପାଣିରେ ହିଁ ରହିଥାନ୍ତି । କିନ୍ତୁ ଯେବେ ବି ପାଣିରୁ ବାହାରକୁ ଆସନ୍ତି କିଛି ଏମିତି କରି ଦିଅନ୍ତି ଯାହା ହୃଦୟ ଜିତି ନେଇଥାଏ । କେମିତି? ଏଇ ଦେଖୁ ନାହାନ୍ତି ଏହି ଭିଡିଓକୁ……

ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, ‘ସ୍ମାଇଲ ଅଫ ଦ ଡେ’ । ଭିଡିଓ ଦେଖି ଆପଣ ଏହି କ୍ୟାପ୍ସନର ମାନେ ମଧ୍ୟ ବୁଜି ସାରିଥିବେ । ସିଲ୍ ପ୍ରଥମେ ସ୍ୱିମିଙ୍ଗ ପୁଲ ବାହାରକୁ ଆସି ଏକ ସିରିୟସ ଲୁକ ଦେଉଛି । କିନ୍ତୁ ଏହାର କିଛି ସମୟ ପରେ ଟୋଟାଲ ଏକ୍ସପ୍ରେସନ ଚେଞ୍ଜ କରି ଦେଇଛି ଗୋଟିଏ କ୍ୟୁଟ ସ୍ମାଇଲ । ଆଉ ଏହି ସ୍ମାଇଲ ଏବେ ସୋସିଆଲ ମିଡିଆ ୟୁଜରଙ୍କ ଦିଲ ଜିତି ନେଇଛି । ସମସ୍ତଙ୍କୁ ନିଜ ସ୍ମାଇଲରେ ଦିୱାନା ବନାଇ ଦେଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗଭିଛି । ସିଲ୍ ର ଏହି କ୍ୟୁଟ ଅନ୍ଦାଜକୁ ଦେଖିଲୋକମାନେ ଖୁବ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏହି ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟି ଯାଇଛି ।

Get real time updates directly on you device, subscribe now.