fbpx

ପାର୍ବଣ ଗାଇଡ୍‌ଲାଇନ୍‌କୁ ବିରୋଧ, ୧୩ରେ କଟକ ସହର ବନ୍ଦ ଡାକରା

କଟକ,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ଗାଇଡ୍‌ଲାଇନ୍‌କୁ ବିରୋଧ କରି ଏପରି ପଦକ୍ଷେପ ନିଆଯାଇଛି । କରୋନା କାରଣରୁ କଟକଣା ଭିତରେ ପାର୍ବଣ ପାଳନ ନେଇ ରାଜ୍ୟ ସରକାର ଗାଇଡଲାଇନ୍‌ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟରେ ସିମୀତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହାକୁ ନେଇ ବିରୋଧ ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେଣୁ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି କଟକ ନଗର ବିଜେପି ଚଳିତ ମାସ ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ।

ଏହାପୂର୍ବରୁ ମଧ୍ୟ ଏହି ୪ ଫୁଟର ମୂର୍ତ୍ତିକୁ ବିରୋଧ କରି ବର୍ଷାରେ ଆଣ୍ଠେଇ ପ୍ରତିବାଦ କରିଥିଲେ କଟକ ସହର କିଛି ସାମାଜିକ ଅନୁଷ୍ଠାନର ସଦସ୍ୟମାନେ । ୪ ଫୁଟର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରିବା ନିଷ୍ପତ୍ତିକୁ ଜୋରଦାର ବିରୋଭ କରାଯାଇଥିଲା । ଲିଙ୍କରୋଡ୍‌ ସ୍ଥିତ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏଭଳି ବିକ୍ଷୋଭ କରାଯାଇଥିଲା । ଆଉ ସୋମବାର ଦିନ ନଗର ବିଜେପି ପକ୍ଷରୁ କଟକ ସହର ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତା କମ୍‌ କଲେ କିରି କରୋନା ରୋକିହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.