fbpx

ତାରକାସି କାରିଗରମାନଙ୍କ ପାଇଁ ଖୁସି ଖବର: କଟକ ତାରକସି ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ ପଂଜୀକରଣ କାର୍ଯ୍ୟାଳୟ, ଚେନ୍ନାଇରେ ବିଧିବଦ୍ଧ ଦରଖାସ୍ତ ୨୦୨୧ ଜୁଲାଇ ୫ ତାରିଖରେ ଦାଖଲ କରାଯାଇଛି ।

ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଏହା ଏକ ଖୁସି ଖବର । ଏହି ପ୍ରକ୍ରିୟାରେ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରସିଦ୍ଧି ଆଣିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭୌଗୋଳିକ ସୂଚକାଙ୍କ ପ୍ରାପ୍ତି ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ସନାତନ ନାୟକ ପ୍ରକାଶ କରିଛନ୍ତି । ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କଳାର ଭୌଗୋଳିକ ସୂଚକାଙ୍କ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ପଂଜୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଓଡ଼ିଶାର ୩ଟି ଶିଳ୍ପକଳା ଯଥା ‘କୋଣାର୍କ ପଥର ଖୋଦେଇ’, ‘ପିିଲି ଚାନ୍ଦୁଆ’ ଏବଂ ‘ଓଡ଼ିଶା ପଟ୍ଟଚିତ୍ର’ର ଭୌଗୋଳିକ ସୂଚକାଙ୍କ ସଂପନ୍ନ ହୋଇସାରିଛି

Get real time updates directly on you device, subscribe now.