fbpx

କଟକ ଏସସିବି ମେଡ଼ିକାଲର ଆଉଟ ଡୋର ବନ୍ଦ

କଟକ, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ତେଣୁ ସବୁ ଜିଲ୍ଳାରେ କୋଭିଡ଼ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଟକରେ ଏସସିବି ମେଡ଼ିକାଲର ଆଉଟ ଡୋରକୁ ବନ୍ଦ କରାଯାଇଛି । ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉଟ ଡୋର ବନ୍ଦ କରାଯାଇଛି । କରେନା ପାଇଁ କଟକ ଏସସିବିକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କେବଳ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଗାଡ଼ିକୁ ଅନୁମତି ମିଳିବ ବୋଲି ସୂଚନା ମଳିଛିି ।

Get real time updates directly on you device, subscribe now.