fbpx

mparivahan ଆପରେ DL ପାଇଁ Slot Booking କଲେ ଯୁବତୀ, ମାତ୍ର ଟଙ୍କା ନେଇଗଲା ସାଇବର ଠକ, ଜାଣନ୍ତୁ କିପରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଅପରାଧୀମାନେ ଠକିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଡିଏଲ୍ ବୁକିଂକୁ ନେଇ ଠକାମି ହେଉଛନ୍ତି ଜଣାପଡ଼ିଛି । ଡ୍ରାଇଭିଂ ଲାଇସେନ୍ସ ନାମରେ ପରିବହନ ଆପରେ ଠକାମି ହୋଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ ।

ଗତ ମାସରେ ଜଣେ ଯୁବତୀ ଡିଏଲ ପାଇଁ ଏମ୍ ପରିବହନ ଆପକୁ ଯାଇ ସ୍ଲଟ୍ ବୁକିଂ କରିଥିଲେ । ଏହାପରେ ପେମେଣ୍ଟ ପାଇଁ ତାଙ୍କ ପାଖକୁ ଏକ ଲିଙ୍କ ଆସିବା ପରେ ଯୁବତୀ ଟଙ୍କା ଦାଖଲ କରିଥିଲେ । ୧୪ ଦିନ ପରେ ସ୍ଲଟ୍ ମିଳିବ ବୋଲି ମେଲ୍ ଆସିଥିଲେ ହେଁ ପରବର୍ତ୍ତୀ ସମୟରେ ସ୍ଲଟ୍ ମିଳିନଥିଲା । ତେବେ ଅସଲ କଥା ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା । ଯୁବତୀଙ୍କ ପାଖକୁ ଯେଉଁ ଲିଙ୍କ ଆସିଥିଲା ତାହା ଠକଙ୍କର ଥିଲା । ସେଥିରେ କେନ୍ଦ୍ର ସରକାରଙ୍କ ପରିବହନ ଲୋଗୋ ମଧ୍ୟ ରହିଥିଲା । ତେବେ ଏନେଇ ଯୁବତୀ ଜଣଙ୍କ ସାଇବର ହେଲପ୍ ଡେସ୍କରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.