fbpx

ସାଇବର କ୍ରାଇମ୍ ର ଶିକାର ହୋଇଛନ୍ତି କି? ଏହି ୪ଟି ନମ୍ବରକୁ କଲ କରନ୍ତୁ, ଜାଣନ୍ତୁ କିପରି ଫେରିପାଇବେ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲଗାତାର ସାଇବର କ୍ରାଇମ ବଢିବାରେ ଲାଗିଛି । ଫଳରେ ଲୋକ ମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି । ବହୁବାର ଲୋକେ ବୁଝିପାରନ୍ତି ନାହିଁ ସାଇବର କ୍ରାଇମ ସ୍ଥିତିରେ କଣ କରିବା ଉଚିତ । ଏଥିରେ ସେ ନିଜର ଅଭିଯୋଗ ମଧ୍ୟ ଦାଖଲ କରିପାରନ୍ତି ନାହିଁ । ଯେଉଁ କାରଣରୁ ଫ୍ରଡ୍ ହୋଇଥିବା ଟଙ୍କା ଫେରି ପାଇବା ସୁଯୋଗ କମ ହୋଇଥାଏ ।ତେଣୁ ସାଇବର କ୍ରାଇମରୁ ବଞ୍ଚିବା ପାଇଁ ଗୃହ ମନ୍ତ୍ରଣାଳୟ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଏହି ନମ୍ବରକୁ ଫୋନ କରି ଆପଣ ସାଇବର କ୍ରାଇମର ଅଭିଯୋଗ କରିପାରିବେ ।

ଏଥିପାଇଁ ଆପଣଙ୍କୁ ୧୯୩୦ ନମ୍ବରକୁ ଫୋନ କରିବା ପାଇଁ ପଡ଼ିବ । ଏଥିରେ ଆପଣ ଅଭିଯୋଗ କରିପାରିବେ ଏବଂ ଏହାଦ୍ୱାରା ଆପଣଙ୍କୁ ସାଇବର ଠକେଇ ଟଙ୍କା ମଧ୍ୟ ମିଳି ପାରିବ । ଏହା ଏକ ଏମରଜେନ୍ସି ପରି କାମ କରିପାରିବ । ପୂର୍ବରୁ ୟୁଜର୍ସ ମାନଙ୍କ ପାଇଁ ୧୫୫୩୬୦ ଡ଼ାଏଲ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ଗୃହମନ୍ତ୍ରଣାଳୟ ଡିଓଟି ସହିତ ମିଶି ୧୯୩୦ ନମ୍ବରକୁ ବାହାର କରିଛନ୍ତି ।

ସାଇବର କ୍ରାଇମ ହେବାପରେ ପୀଡିତ ହେଲ୍ପଲାଇନ ନମ୍ବରକୁ ତୁରନ୍ତ ଫୋନ କରିବା ଆବଶ୍ୟକ । ଏହାପରେ ଆପଣ କ୍ରାଇମ ରିପୋଟିଂ ପୋଟାର୍ଲରେ ଏକ ଫର୍ମାଲ କମ୍ପଲେନ ଦେବାକୁ ପଡ଼ିବ । ଟିକେଟ ଫାଇନାନସିଆଲ ଇଣ୍ଟରମିଡ଼ିୟରିଜ କସର୍ଣ୍ଣ ସହିତ ଏହା ଜେନେରେଟ ହେବ । ଫ୍ରଡ୍ ଟ୍ରାଞ୍ଜାକସନ ଟିକେଟ ଡ଼େବିଡେଟ ଏବଂ କ୍ରେଡ଼ିଟେଡ଼ ଏଫଆଇର ଡ଼ାସବୋର୍ଡ ଉପରେ ଦେଖାଯାଏ । ବ୍ୟାଙ୍କ ବା ୱାଲେଟ ଯେଉଁଠାରେ ଯାଇଛି ସେଠାରେ ଫ୍ରଡ୍ ଟ୍ରାଞ୍ଜାକସନର ଡିଟେଲ୍ସ ଚେକ କରାଯାଇପାରିବ ।

ଯଦି ଫ୍ରଡ୍ କୁ ମୁଭ କରାଯାଇପାରିବ ତେବେ ଆଗ ଏଫଆଇକୁ ଏହାର ଡ଼ିଟେଲ୍ସ ସେୟାର କରାଯାଇପାରିବ । ଏହାପରେ ପୁଣିଥରେ ପ୍ରଥମଥର କରାଯାଇଥିବା ପ୍ରୋସେସକୁ ରିପିଟ କରାଯାଇପାରିବ । ଯଦି ସାଇବର ଠକକୁ ହଟା ଯାଇ ନପାରେ ତେବେ ତାକୁ ହୋଲ୍ଡ କରାଯାଇପାରିବ । ସାଇବର ଫ୍ରଡ୍ ହେବାମାତ୍ରେ ସାଙ୍ଗେସାଙ୍ଗେ ରିପୋର୍ଟ କରନ୍ତୁ ଏହି ହେଲ୍ପଲାଇନ ନମ୍ବରରେ ନଚେତ ଟଙ୍କା ମିଳିବାର ସୁଯୋଗ କମ୍ ହୋଇପାରେ ।

Get real time updates directly on you device, subscribe now.