fbpx

ସାଇବର ଠକେଇ ମାମଲା, ଭୁବନେଶ୍ୱରର ଏକ ଫ୍ଲାଟରେ ଦିଲ୍ଲୀ ପୋଲିସର ରେଡ୍‌

Advertisement

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି ଯାହା ସାଧାରଣ ଜନତା ଓ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ସାଇବର ଠକେଇ ମାମଲାରେ ଦିଲ୍ଲୀ ପୋଲିସ ଭୁବନେଶ୍ୱର ପହଞ୍ଚିଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି । ଉକ୍ତ ଅଂଚଳର ଏକ ଫ୍ଲାଟରୁ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇ ପଚରା ଉଚରା ଜାରି ରଖିଛି । ଏହି ଚଢ଼ାଉ ସମୟରେ ଏକ ଲାପଟପ୍ ମଧ୍ୟ ଜବତ କରାଯାଇଛି ।

ସୂଚନାରୁ ପ୍ରକାଶ ସାଇବର ଠକେଇର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ଆଇପି ଆଡ୍ରେସ୍ ଟ୍ରାକ କରି ଭୁବନେଶ୍ୱର ଆସିଛନ୍ତି । ଦିଲ୍ଲୀ ପୋଲିସର ସାଇବର ୱିଙ୍ଗ୍ ଏହି ରେଡ୍ କରୁଛି । ଏହି ସାଇବର ୱିଙ୍ଗ୍ କମ୍ପ୍ୟୁଟର ଏବଂ ମୋବାଇଲ ଯାଞ୍ଚ ପାଇଁ ଆସିଛନ୍ତି । ଏହି ତଦନ୍ତ ପ୍ରକ୍ରିୟାରେ ଲକ୍ଷ୍ମୀସାଗର ଥାନା ପୋଲିସ ପୁରା ସହଯୋଗ କରୁଛି । ତେବେ ପ୍ରକୃତ ଘଟଣା କ’ଣ ସେନେଇ କୌଣସି ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.