fbpx

ଡାଇବେଟିସ୍ ରୋଗୀଙ୍କୁ ସାଇକେଲ ଚଳାଇବା ଲାଭଦାୟକ : ରିସର୍ଚ୍ଚ

ନୂଆଦିଲ୍ଲୀ: ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ରହିଛି । ସାଇକେଲ ଚାଳନା ଏକ ବଢିଆ ବ୍ୟାୟାମ । ଏହା ଦ୍ୱାରା ଶରୀରର ସମସ୍ତ ମାଂଶପେସୀ କାର୍ଯ୍ୟକ୍ଷମ ହୋଇଥାଏ । ତେବେ ଏହା ବ୍ୟତୀତ ଆହୁରି ଅନେକ ଫାଇଦା ମଧ୍ୟ ରହିଛି । ସାଇକ୍ଲିଂ ଦ୍ୱାରା ଡାଇବେଟିସ ରୋଗୀଙ୍କୁ ବେଶ ସୁଫଳ ମିଳିଥାଏ ।

ଓଜନ ନିୟନ୍ତ୍ରିତ ରହିବା ଦ୍ୱାରା ଡାଇବେଟିସ ରୋଗୀଙ୍କୁ ବେଶ ସୁଫଳ ମିଳିଥାଏ । ଜାମା ଇଣ୍ଟରନ୍ୟାସନାଲ ମେଡିସିନ ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ସାଇକ୍ଲିଂ ଦ୍ୱାରା ଡାଇବେଟିସ ରୋଗୀଙ୍କୁ ବେଶ ସୁଫଳ ମିଳିଥାଏ । ସାଇକେଲ ଚାଳନା ଦ୍ୱାରା ଡାଇବେଟିସ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୫ ପ୍ରତିଶତ ହ୍ରାସ ପାଇଥାଏ ।

୫୫-୫୬ ବର୍ଷ ବୟସ୍କ ୭୪୫୯ ଡାଇବେଟିସ ଆକ୍ରାନ୍ତଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୧୯୯୨ରୁ ୨୦୦୦ ମସିହା ମଧ୍ୟରେ ୧୦ଟି ପଶ୍ଚିମ ୟୁରୋପୀୟ ରାଷ୍ଟ୍ରରେ ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୭୪୫୯ ଜଣଙ୍କ ମଧ୍ୟରୁ ୫ ବର୍ଷ ପରେ ୫୪୨୩ ଜଣ ବ୍ୟକ୍ତି ଏହି ରିସର୍ଚ୍ଚରେ ସାମିଲ ରହିଥିଲେ । ୧୩ ନଭେମ୍ବର ୨୦୨୦ ସୁଦ୍ଧା ଏହି ରିସର୍ଚ୍ଚରେ ସାମିଲ ରହିଥିବା ୧୬୦୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସାଇକେଲ ଚାଳନା ଦ୍ୱାରା ମୃତ୍ୟୁ ଆଶଙ୍କା କମ ରହୁଥିବାରୁ ନିୟମିତ ସାଇକେଲ ଚାଳନା କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

Get real time updates directly on you device, subscribe now.