fbpx

ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କଲା ଘୂର୍ଣ୍ଣିବଳୟ ବିପର୍ଯ୍ୟୟ, ଘଣ୍ଟାପ୍ରତି ୧୩୦ ବେଗରେ ପ୍ରବାହିତ ହେଉଛି ପବନ, ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳରେ ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ କରିଛି। ଏହି ସମୟରେ ଉପକୂଳରେ ଘଣ୍ଟାପ୍ରତି ୧୩୦ ବେଗରେ ପ୍ରବଳ ପବନ ପ୍ରବାହିତ ହେଉଛି। ବାତ୍ୟା ଦ୍ୱାରା ହେବାକୁଥିବା କ୍ଷୟକ୍ଷତିକୁ ରୋକିବା ପାଇଁ ଭାରତ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଭାରତୀୟ ସେନା, ଏନଡିଆରଏଫ ସମେତ ସମସ୍ତ ଏଜେନ୍ସି ନିୟୋଜିତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ତାଙ୍କର ଓଡ଼ିଶା ଗସ୍ତକୁ ବାତିଲ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ଏହା ସୌରାଷ୍ଟ୍ର ଏବଂ କଛ ଏବଂ ପାକିସ୍ତାନୀ ଉପକୂଳ ଦେଇ ଜଖଉ ବନ୍ଦର ନିକଟରେ ଥିବା ମାଣ୍ଡଭି ଏବଂ କରାଚି ମଧ୍ୟରେ ଅତିକ୍ରମ କରିବ। ପାଣିପାଗ ବିଭାଗ ପକ୍ଷରୁ ଏହା ମଧ୍ୟ ସୂଚନା ମିଳିଛି ଯେ ‘ବିପର୍ଯ୍ୟୟ’ଏବେ ୭୦ କିଲୋମିଟର ଦୁଆରରେ ରହିଛି ଫଳରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ।

ଗୁଜୁରାଟର ଘୂର୍ଣ୍ଣିବଳୟ ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବା ପରେ କୁଚରେ ପବନ ବର୍ତ୍ତମାନ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗରେ ପ୍ରବାହିତ ହେଉଛି। ପ୍ରବଳ ପବନ ହେତୁ ଅନେକ ଗଛ ଭାଙ୍ଗି ପଡିଥିବାର ଖବର ଆସୁଛି। ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳରେ ବିଦ୍ୟୁତ ମଧ୍ୟ କଟାଯାଇଛି।

କେନ୍ଦ୍ରରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ବିପର୍ଯ୍ୟୟ’ର ବିପଦ ସମ୍ପର୍କରେ ସମସ୍ତେ ସଜାଗ ଅଛନ୍ତି। ଗୁଜୁରାଟରେ NDRF ର ୧୭ ଟି ଟିମ୍ ଏବଂ SDRF ର ୧୨ ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏଥି ସହିତ ୪ ଟି ନୌସେନା ଜାହାଜକୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଏହା ବ୍ୟତୀତ ଉପକୂଳ ନିକଟରେ ରହୁଥିବା ୭୪,୦୦୦ରୁ ଅଧିକ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

 

 

Get real time updates directly on you device, subscribe now.