ନୂଆଦିଲ୍ଲୀ: ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ପେଙ୍ଗଲ । ସମୁଦ୍ରରେ ଅଧିକ ଶକ୍ତିଶାଳୀ ହୋଇ ଘଣ୍ଟାପ୍ରତି 7 କିମି ବେଗରେ ମାଡି ଆସୁଛି । ତାମିଲନାଡୁ-ପୁଡୁଚେରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବେଙ୍ଗଲ । ଏହାର ପ୍ରଭାବରେ ଚେନ୍ନାଇର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଚେନ୍ନାଇଠାରୁ ବର୍ତ୍ତମାନ 250 କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତମ ପଶ୍ଟିମ ଦିଗରେ ଗତି କରୁଛି । ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବାର ସୂଚନା ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ପେଙ୍ଗଲ ଲ୍ୟାଣ୍ଡଫଲ କରିବା ସମୟରେ ପବନରେ ବେଗ 70ରୁ 80 କିଲୋମିଟର ରହିପାରେ । ତେବେ ସମୟ ସମୟରେ ଏହା 90-100 ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି । ବାତ୍ୟା ପେଙ୍ଗଲ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । କରାଇକାଲ-ମହବଳିପୁରମ ନିକଟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଇଛି ।
ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁକୁ ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି । କେତେକ ସ୍ଥାନରେ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ବାତ୍ୟାର ପ୍ରଭାବ ଓଡିଶା ଉପରେ ସିଧାସଳଖ ପଡିବ ନାହିଁ ବୋଲି କୁହାଯାଇଛି । କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୋହଲ ପାଗ ଦେଖାଯାଇଛି ।