fbpx

ଚେନ୍ନାଇର ମିଚୌଙ୍ଗ ଝଡ଼ରେ ୨୪ ଘଣ୍ଟା ଫସିଗଲେ ଆମିର ଖାନ, ଶେଷରେ ଏପରି କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ଚକ୍ରବତୀ ଝଡ଼ ମିଚୌଙ୍ଗ ଯୋଗୁଁ ଚେନ୍ନାଇରେ ଅନେକ କ୍ଷୟକ୍ଷତି ଘଟିଛି । ଏହାର ପ୍ରଭାବରେ ସାରା ସହର ସଂପୂର୍ଣ୍ଣ ଜଳମଗ୍ନ ହୋଇଛି । ତେବେ ଏହାରି ମଧ୍ୟରେ ଚେନ୍ନାଇରୁ ଏକ ବଡ଼ ଖବର ଆସି ପହଁଚିଛି । ବଲିଉଡ଼ ସୁପରଷ୍ଟାର ଆମିର ଖାନ ଏହି ଝଡ଼ରେ ୨୪ ଘଣ୍ଟା ପାଇଁ ଫସିଯାଇଛନ୍ତି । ତାଙ୍କ ସହ ବିଷ୍ଣୁ ବିଶାଲ ମଧ୍ୟ ସାମିଲ ଅଛନ୍ତି ।

ସୋସିଆଲ ମିଡିଆରେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ବିଭାଗ ଆମିର ଖାନଙ୍କୁ ରେସ୍କ୍ୟୁ କରିବାର ନଜର ଆସିଛନ୍ତି । ଆମିର ଖାନଙ୍କ ସହ ଆକ୍ଟର ବିଷ୍ଣୁ ବିଶାଲ ମଧ୍ୟ ଝଡ଼ରେ ଫସିଯାଇଥିଲେ । ଦୁଇଜଣଙ୍କୁ ୨୪ ଘଣ୍ଟାପରେ ସୁସ୍ଥ ଅବସ୍ଥାରେ ବାହାରକୁ ଅଣାଯାଇଛି । ଏହି କଥାର ସୂଚନା ବିଷ୍ଣୁ ବିଶାଲ ନିଜ ଏକ୍ସ ଆକାଉଣ୍ଟରେ କିଛି ଫଟୋ ସହ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଆମ ପରି ଲୋକମାନେ ଫସିଯାଇଥିବା ଲୋକଙ୍କର ସାହାଯ୍ୟ କରିଥିବାରୁ ବିଭାଗକୁ ଧନ୍ୟବାଦ ଜଣାଉଛି । ଫଟୋରେ ଆମିର ଏବଂ ବିଷ୍ଣୁ ଗୋଟିଏ ଡଙ୍ଗାରେ ବସିବାର ନଜର ଆସିଛନ୍ତି ।

ସୂଚନା ଅନୁଯାୟୀ, ସାଉଥ ଆକ୍ଟରର୍ସ ସୂର୍ଯ୍ୟ ଏବଂ କାର୍ତି ଚେନ୍ନାଇ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ୧୦ ଲକ୍ଷ ଟଙ୍କା ଡୋନେସନ ଦେଇଛନ୍ତି । ଏହି ସମସ୍ତ ଟଙ୍କା ସମସ୍ତ ଆକ୍ଟର୍ସଙ୍କ ଫ୍ୟାନ କ୍ଲବ ଜରିଆରେ ଡିଷ୍ଟ୍ରିବୁଟ କରାଯିବ ।

Get real time updates directly on you device, subscribe now.