fbpx

ବାତ୍ୟାକୁ ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି, ସ୍ଥାନାନ୍ତର ହେଉଥିବା ଲୋକଙ୍କର ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଯେପରିକି ଆଣ୍ଡାମାନ ନିକୋବର, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ପ୍ରଶାସନଙ୍କୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ଏହି ସବୁ ରାଜ୍ୟକୁ ଚିଠି କରିଛନ୍ତି । ଲଘୁଚାପ ଏବଂ ବାତ୍ୟା ମୁକାବିଲା ସମ୍ପର୍କିତ ସମସ୍ତ ଜରୁରୀ କାଳୀନ ବିଭାଗକୁ କ୍ରିୟାଶୀଳ କରିବାକୁ କୁହାଯାଇଛି । ଖାସ୍ କରି ସ୍ୱାସ୍ଥ୍ୟ ବିଭାଗ, ଏମର୍ଜେନ୍ସି ଅପରେସନ କେନ୍ଦ୍ର ଓ କଣ୍ଟ୍ରୋଲ ରୁମ୍କୁ ସମୟ ଅନୁସାରେ ଆକ୍ଟିଭ୍ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ଥାନାନ୍ତରିତ ହେବାକୁ ଯାଉଥିବା ଲୋକମାନଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି ।

ଏଥିସହିତ ହସ୍ପିଟାଲ ଗୁଡିକର ଜରୁରୀକାଳୀନ ବିଭାଗ ଗୁଡିକର ସମୀକ୍ଷା କରିବାକୁ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ନିରାପଦ ସ୍ଥାନ ଏବଂ ବଡ ବଡ ହସ୍ପିଟାଲ ଗୁଡିକୁ ଆଗତୁରା ସ୍ଥାନାନ୍ତରୀକରଣ କରାଯିବା ଦରକାର । ତେଣୁ ସେହି ସବୁ ସ୍ଥାନରେ ସବୁ ପ୍ରକାରର ବିପର୍ଯ୍ୟୟକାଳୀନ ବ୍ୟବସ୍ଥା ରହିଥିବା ଦରକାର ବୋଲି କେନ୍ଦ୍ର କହିଛି । ସମ୍ଭାବ୍ୟ ବାତ୍ୟା କାରଣରୁ ପରିବହନ ସେବା ବ୍ୟାହତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍, କ୍ଲୋରାଇନ୍ ଟାବ୍ଲେଟ୍, ବ୍ଲିଚିଂ ପାଉଡର ଭଳି ଜିନିଷକୁ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ଅବଗତ କରାଯାଇଛି । ସତର୍କ କରାଯାଇଥିବା ୫ ରାଜ୍ୟରେ ବାତ୍ୟା ଆଶଙ୍କା ଅଧିକ ଥିବା ବେେଳେ ଏହି ସବୁ ଜିଲ୍ଲାରେ ଆମ୍ବୁଲାନ୍ସ ସେବାଗୁଡିକର ଆକଳନ କରାଯାଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ମୁତୟନ କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହିପରି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ବରିଷ୍ଠ ନାଗରିକ ଯେଉଁ ମାନେ ମଧୁମେହ, ହାଇପରଟେନସନ୍, ଲିଭର୍ ତଥା .କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ କେନ୍ଦ୍ର କହିଛି ।

Get real time updates directly on you device, subscribe now.