fbpx
BSKY SKY
BSKY SKY

ସାବଧାନ ! ପୁରୁଷ ଓ ମଧୁମେହ ରୋଗୀଙ୍କୁ ବ୍ଲାକ ଫଙ୍ଗସର ବିପଦ ଅଧିକ

BSKY

ନୂଆଦିଲ୍ଲୀ ୨୨ ।୦୫: ଭାରତରେ କରୋନା ସଙ୍କଟ ମଧ୍ୟରେ ବ୍ଲାକ ଫଙ୍ଗସ୍ ବା କଳା କବକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ବ୍ଲାକ ଫଙ୍ଗସର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏକ ଅଧ୍ୟୟନ ଅନୁଯାୟୀ, ପୁରୁଷଙ୍କଠାରେ ବ୍ଲାକ ଫଙ୍ଗସ ସଂକ୍ରମିତ ହେବାର ବିପଦ ଅଧିକ ରହିଛି । ଡାକ୍ତର ଏହା ଉପରେ କରିଥିବା ଅଧ୍ୟୟନର ନାମ ‘କୋଭିଡ୍‌-୧୯ରେ ମ୍ୟୁକୋର୍ମିକୋସିସ’ ରଖିଛନ୍ତି । ଏଥିରେ ସମଗ୍ର ଦୁନିଆ ଓ ଭାରତରେ ଚିହ୍ନଟ ନୂତନ ମାମଲା ବିଷୟରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି ।

ଡାକ୍ତରଙ୍କ ଏକ ସମୂହ ବ୍ଲାକ ଫଙ୍ଗସରେ ସଂକ୍ରମିତ ୧୦୧ ମାମଲାର ବିଶ୍ଳେଷଣ କରିଛନ୍ତି । ଏଥିରୁ ଜଣା ପଡିଛି ଯେ, ସଂକ୍ରମିତଙ୍କ ମଧ୍ୟରେ ୭୯ ଜଣ ପୁରୁଷ ଥିଲେ। ବିଶେଷ କରି ମଧୁମେହ ରୋଗରେ ପୀଡିତ ଲୋକେ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ୧୦୧ ସଂକ୍ରମିତଙ୍କ ମଧ୍ୟରୁ ୮୩ ଜଣ ମଧୁମେହ ବା ଡାଏବେଟିଜ୍ ରୋଗୀ ଥିଲେ ।

ଏହି ଅଧ୍ୟୟନ ଏଲସେଭିୟର ଜର୍ଣ୍ଣାଲରେ ପ୍ରକାଶ ପାଇଛି । କୋଲକାତାରେ ଜିଡି ହସ୍ପିଟାଲ ଓ ମଧୁମେହ ସଂସ୍ଥାନ ଡ. ଅବଧେଶ କୁମାର ସିଂହ ଓ ଡ. ରିତୁ ସିଂହ, ମୁମ୍ବାଇର ଲୀଲାବତୀ ହସ୍ପିଟାଲର ଡ. ଶଶାଙ୍କ ଯୋଶୀ ଓ ନୂଆଦିଲ୍ଲୀରେ ଜାତୀୟ ମଧୁମେହ, ମୋଟାପଣ ଓ କଲେଷ୍ଟ୍ରଲ ଫାଉଣ୍ଡେସନର ଡ. ଅନୁପ ମିଶ୍ର ମିଳିତ ଭାବେ ୧୦୧ ସଂକ୍ରମିତଙ୍କ ଉପରେ ଗବେଷଣା କରିଛନ୍ତି । ଏଥିରେ ୮୨ ଜଣ ଭାରତୀୟ, ୯ ଆମେରିକୀୟ ଏବଂ ୩ ଇରାନବାସୀ ଥିଲେ ।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ଅପେକ୍ଷା ବ୍ଲାକ ଫଙ୍ଗସ୍ ଏକ ଗମ୍ଭୀର ରୋଗରେ ପରିଣତ ହୋଇଛି । ଏଥିରେ ଏ ପର୍ଯ୍ୟନ୍ତ ସର୍ବାଧିକ ମୃତ୍ୟୁ (୯୦)ମହାରାଷ୍ଟ୍ରରେ ହୋଇଛି । ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି ଯେ, ୧୦୧ ଜଣଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତ୍ୟୁ ବ୍ଲାକ ଫଙ୍ଗସରେ ସଂକ୍ରମଣ କାରଣରୁ ହୋଇଛି । ବ୍ଲାକ ଫଙ୍ଗସରେ ସଂକ୍ରମିତ ୧୦୧ ବ୍ୟକ୍ତିଙ୍କ ମଧ୍ୟରୁ ୬୦ ଜଣ ସକ୍ରିୟ କୋଭିଡ୍‌-୧୯ ପୀଡିତ ଥିଲେ। ୪୧ ଜଣ କରୋନାରୁ ସୁସ୍ଥ ହୋଇ ସାରିଥିଲେ । ୮୩ ଜଣ ମଧୁମେହ ଏବଂ ତିନି ଜଣ କ୍ୟାନସର ରୋଗୀ ଥିଲେ ।

Get real time updates directly on you device, subscribe now.