Cyrus Mistry ଛାଡ଼ି ଯାଇଛନ୍ତି ୧୦୦୦ କୋଟିର ସମ୍ପତ୍ତି: ଜାଣନ୍ତୁ ତାଙ୍କର ଶିକ୍ଷା, ବ୍ୟବସାୟ, ବ୍ୟକ୍ତିଗତ ଜୀବନର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ବିଜିନେସ ଟାଇକୁନ ସାଇରସ୍ତ୍ର ମିସ୍ତ୍ରୀ ଆଜି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୫୪ ବର୍ଷୀୟ ମିସ୍ତ୍ରୀଙ୍କ ମୃତ୍ୟୁରେ ବିଜିନେସ ଇଣ୍ଡଷ୍ଟ୍ରିରେ ହାହାକାର ମଚି ଯାଇଛି । ସେ ଏକ ମର୍ସିଡିଜରେ ଗୁଜରାଟରୁ ମୁମ୍ବାଇ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଆଜି ସାଇରସ ସମସ୍ତଙ୍କୁ ଅଲବିଦା କହିଦେଇଥିବା ବେଳେ ଛାଡ଼ିଯାଇଛନ୍ତି ଅନେକ ସ୍ମୃତି ।

ରତନ ଟାଟା ସେବାନିବୃତ ହେବା ପରେ ସେ ୨୦୧୨ ଡିସେମ୍ବରରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ଗତ ୨୦୧୬ ଅକ୍ଟୋବରରେ ସାଇରସଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ୧୯୬୮ ଜୁଲାଇ ୪ରେ ମୁମ୍ବାଇରେ ଜନ୍ମ ହୋଇଥିବା ସାଇରସ କ୍ୟାଥେଡ୍ରଲ ଆଣ୍ଡ ଜନ କାନନ ସ୍କୁଲରେ ପାଠ ପଢ଼ିଥିଲେ । ଏହାପରେ ସେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାତ୍ରା ଯାଇଥିଲେ । ୧୯୯୧ରେ ସେ ପଲୋନଜୀ ଗ୍ରୁପରେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୪ରେ ଶାପୁରଜୀ ପଲୋନଜୀ ଗ୍ରୁପର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ ।

ତେବେ ସାଇରସ ପାଖାପାଖି ଏକ ହଜାର କୋଟିରୁ ଅଧିକ ସମ୍ପତ୍ତି ଛାଡ଼ି ଯାଇଛନ୍ତି । ତାଙ୍କର ବ୍ୟବସାୟ ଭାରତ ବ୍ୟତୀତ ପଶ୍ଚିମ ଏସିଆ ଓ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି । ବିଶ୍ୱର ୫୦ଟି ଦେଶରେ ତାଙ୍କର ଶାପୁରଜୀ ପାଲୋନଜୀ ଗ୍ରୁପର ବ୍ୟବସାୟ ରହିଥିବା ଜଣାପଡ଼ିଛି । ଟାଟା ସନ୍ସରେ ମିସ୍ତ୍ରୀଙ୍କର ୧୮.୪ ପ୍ରତିଶତ ଅଂଶଧନ ରହିଛି । ୧୯୯୨ରେ ମିସ୍ତ୍ରୀ ଭାରତର ଜଣାଶୁଣା ଆଇନଜୀବୀ ଇକବଲ ଜାଗଲାଙ୍କ କନ୍ୟାଙ୍କୁ ବିବାହ କରିଥିଲେ ।