fbpx

ଭୁବନେଶ୍ୱରରେ ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ନୂତନ ଡି’ସାଇନିଆ ସୋ ରୁମ୍ ଉଦ୍ଘାଟିତ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଗହଣା ଖୁଚୁରା ଶୃଙ୍ଖଳା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ପ୍ରିମିୟମ୍ ଲକ୍ଜୁରି ସୋ’ରୁମ୍ ଡି’ସାଇନିଆ ଭୁବନେଶ୍ୱରରେ ଖୋଲାଯାଇଛି । ପଟିଆର କିଟ୍ ଛକ ନିକଟରେ ଖୋଲିଥିବା ଏହା ହେଉଛି ଭୁବନେଶ୍ୱରରେ ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଦ୍ୱିତୀୟ ସୋ’ରୁମ୍ ଏବଂ ରାଜ୍ୟର ଅଷ୍ଟମ ।

ବିଶିଷ୍ଟ ଚଳଚିତ୍ର ନାୟିକା ଦେବିକା ଅରୁନ୍ଧତୀ ସାମଲ ଏହାକୁ ଉଦଘାଟନ କରିଛନ୍ତି । ୫୦୦୦ ବର୍ଗଫୁଟରେ ବ୍ୟାପ୍ତ ଥିବା ଏହି ଷ୍ଟୋର୍ ହେଉଛି ଓଡ଼ିଶାରେ ସର୍ବବୃହତ ଷ୍ଟୋର୍ ଯେଉଁଥିରେ ରହିଛି ଆକର୍ଷଣୀୟ ଡିଜାଇନର ଗହଣା ସମ୍ଭାର, ସବୁ ପ୍ରକାର ଉତ୍ସବ ଲାଗି ସୁଲଭ ମୂଲ୍ୟରେ ମିଳିବ ସବୁ ପ୍ରକାର ଗହଣା।

ଏହି ମେଗା ଉଦଘାଟନକୁ ପାଳନ କରିବା ଲାଗି କଂପାନି ପକ୍ଷରୁ ବିଭିନ୍ନ ପ୍ରକାର ମନଲୋଭା ଅଫର୍ ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.