fbpx

ଛୁଆ ସହିତ ଏଗ୍ରିମେଣ୍ଟ କଲା ବାପା: ସର୍ତ୍ତ ମାନିଲେ ମିଳିବ ଏମିତି ପୁରସ୍କାର

ନୂଆଦିଲ୍ଲୀ: ଶିଶୁ ମାନେ ସାଧାରଣତଃ ଟିକେ ଦୁଷ୍ଟାମୀ କରିଥାନ୍ତି । ତେବେ ନିଜ ଛୁଆକୁ ସୁଧାରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଜଣେ ପିତା । ଶିଶୁଟିକୁ ଦୁଷ୍ଟାମୀରୁ ଦୂରେଇ ରଖିବା ପାଇଁ ଏକ ଏଗ୍ରିମେଣ୍ଟ ସାଇନ୍ କରିଛନ୍ତି । ପିଲାଙ୍କୁ ଆୟତରେ ଆଣିବାକୁ ବାପା ସାଇନ୍‌ କରିଛନ୍ତି ଏକ ଏଗ୍ରିମେଣ୍ଟ ପେପର୍‌ । ନିଜ ପିଲା ସହ ୬ ବର୍ଷ ପାଇଁ ଟାଇମ ଟେବୁଲ୍‌ ଏଗ୍ରିମେଣ୍ଟ କରିଛନ୍ତି ବାପା।  ପିଲାଠୁ ସାଇନ୍‌ ବି ନେଇଛନ୍ତି। ଆଉ ଏଗ୍ରିମେଣ୍ଟ ଅନୁସାରେ  ଯଦି ପିଲା ଠିକ୍‌ ଠାକ୍ କାମ କରେ । ତେବେ  ବାପାଙ୍କ ତରଫରୁ ତାକୁ ମିଳିବ ବୋନସ୍‌।

ପିଲା ପାଇଁ ପ୍ରସ୍ତୁତ କରାଯାଇଥିବା ଚୁକ୍ତିପତ୍ରରେ ତାର ଦିନମାନର ସିଡ୍ୟୁଲ୍‌ ଲେଖାଯାଇଛି। ଯେଉଁଥିରେ ତାଙ୍କ  ଉଠିବାଠୁ ନେଇ  କ୍ଷୀର ପିଇବା, ଖେଳିବା , ଖାଇବା ଓ ହୋମୱାର୍କର ରୁଟିନ୍‌ ପ୍ରସ୍ତୁତ କରାଯାଇଛି। ଏମିତି ବି କୁହାଯାଇଛି ଟିଭି ଦେଖୁ ଦେଖୁ ଫଳ ଖାଇବାକୁ ପଡ଼ିବ।

ଯଦି ପିଲା ଏହି ରୁଟିନ୍‌କୁ ଅନୁସରଣ କରେ ତେବେ ତାକୁ ପୁରସ୍କୃତ କରାଯିବ। ଏହା ପରେ  ସେ ଯଦି ନ ଚିଲ୍ଲାଇ, ନ କାନ୍ଦି,  ନ ଝଗଡା କରି ଏସବୁ କରିଦିଏ, ତେବେ ତାକୁ ୧୦ ଟଙ୍କାର ପରଫର୍ମାନ୍ସ ବୋନସ୍‌ ବି ମିଳିବ। ଖାଲି ଏତିକି ନୁହେଁ, ଯଦି ସେ ସ୍ପତାହେ ଏସବୁ ସଠିକ ରୂପେ କରିବାରେ ସଫଳ ହୁଏ ତାହେଲେ ଏହି ବୋନସ୍‌ ସପ୍ତାହରେ ହେବ ୧୦୦ ଟଙ୍କା

Get real time updates directly on you device, subscribe now.