fbpx

ବିଧବାଙ୍କ ସହିତ ଦାଦାଗିରି: ଖଟରେ ବାନ୍ଧି କେମିକାଲ ମାଧ୍ୟମରେ ଜଳାଇଲେ ମୁହଁ

ଉତ୍ତରପ୍ରଦେଶ: ଆଜିର ସମୟରେ ଆତଙ୍କ ଚାରି ଆଡ଼େ ବଢିବାରେ ଲାଗିଛି । କିଛି ଲୋକମାନେ ନିର୍ମମତାର ସୀମା ପାର କରିସାରିଲେଣି । ଏହି ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆସିଛି ଫରଖପୁର ଜିଲ୍ଲାର ପୋଲିସ ଥାନା ଅଞ୍ଚଳର ତେନ୍ଦୱା ଗ୍ରାମରୁ । ଏଠାରେ ଜଣେ ୩୫ ବର୍ଷିୟା ମହିଳା ତାଙ୍କ ମାଆଙ୍କ ସହିତ ରହୁଥିଲେ। ୧୩ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ସେବେ ଠାରୁ ମହିଳା ଜଣଙ୍କ ତାଙ୍କ ମାଆଙ୍କ ସହିତ ରହୁଥିଲେ । ପୀଡ଼ିତାଙ୍କ ପଡ଼ି଼ଶାରେ ହିରା ନାମକ ଜଣେ ବ୍ୟକ୍ତି ରହୁଥିଲେ ।

ହିରା ଜବରଦସ୍ତ ପୀଡ଼ିତାଙ୍କ ସହ କଥା ହେବାକୁ ଚାହୁଁଥିଲେ କିନ୍ତୁ ସେ ହିରା ସହିତ କଥା ହେବାକୁ ଚାହୁଁନଥିଲେ । ଅନେକ ଥର ସେ ଘରକୁ ଜବରଦସ୍ତି ଆସିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏହିପରି ବ୍ୟବହାର କରିବା କାରଣରୁ ପୀଡ଼ିତା ଜଣକ ମନା ମଧ୍ୟ କରିଥିଲେ । ନେପାଳରେ ରହୁଥିବା ପୀଡ଼ିତାଙ୍କ ସାନ ଭଉଣୀର ସ୍ୱାସ୍ଥ୍ୟ ଖରାପ ହେତୁ ତାଙ୍କ ମାଆ ୩୧ ମଇ ଓ ୧ ଜୁନକୁ ସାନ ଭଉଣୀ ପାଖକୁ ଯାଇଥିଲେ । ଏହି ସମୟରେ ସେ ଘରେ ଏକାକି ରହୁଥିବା ଦେଖି ଜୁନ ୧ ତାରିଖ ଦିନ ରାତିରେ ହିରା ଏବଂ ତାର ୨ଜଣ ସାଥି ଘରେ ଜବରଦସ୍ତି ପ୍ରବେଶ କରିଥିଲେ ।

୩ଜଣ ବ୍ୟକ୍ତି ପୀଡ଼ିତାଙ୍କ ସହିତ ମାରପିଟ କରିଲେ ଏବଂ ତାଙ୍କୁ ନିର୍ବସ୍ତ୍ର କରାଇଥିଲେ । ପରବର୍ତ୍ତି ସମୟରେ ୩ଜଣ ସାଥି ମିଶି ପୀଡ଼ିତାଙ୍କୁ ଖଟରେ ଶୁଆଇଦେଇ ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ । ପୀଡ଼ିତା ଯେମିତି ଚିତ୍କାର ନ କରି ପାରିବେ ସେଥିପାଇଁ ସେମାନେ ମହିଳାଙ୍କ ମୁହଁରେ କପଡ଼ା ଦେଇ ଦେଇଥିଲେ । ଏହା ପରେ ପୀଡ଼ିତାଙ୍କ ସହିତ ଖରାପ ବ୍ୟବହାର କରି କେମିକାଲ ଦ୍ୱାରା ମୁହଁକୁ ଜଳାଇ ଦେଇଥିଲେ । ତା’ପରେ ସେଠାରୁ ୩ଜଣ ପଳାଇଥିଲେ ।

ପରଦିନ ପଡ଼ିଶାରେ ରହୁଥିବା ପରିବାରର ଜଣେ ଭଉଣୀ ସକାଳ ହେବା ପରେ ଘରକୁ ଆସି ପୀଡ଼ିତାଙ୍କ ହାତ ଓ ଗୋଡ଼କୁ ଫିଟାଇଥିଲେ ଏବଂ ଶରୀରକୁ କପଡ଼ା ମାଧ୍ୟମରେ ଘୋଡ଼ାଇ ଥିଲେ । ଏହା ପରେ ଉକ୍ତ ଭଉଣୀ ଜଣକ ବାହାରକୁ ଯାଇ ପରିବାର ଲୋକଙ୍କୁ ଏହା ସଂପର୍କରେ କହିଥିଲେ ଏବଂ ଏହି ଘଟଣାର ସୂଚନା ପୋଲିସକୁ ମଧ୍ୟ ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପୀଡ଼ିତାଙ୍କୁ ବହରାଇଜ ଜିଲ୍ଲାର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ଏହି ଘଟଣାର ଆଭିଯୁକ୍ତଙ୍କ ବିରୋଧରେ ଧାରା ୩୨୬ ଏ ଆଇପିସି ଅଧିନରେ ମାମଲା ରୁଜୁ କରି ଗିରଫ କରିଥିଲା ।

 

Get real time updates directly on you device, subscribe now.