fbpx

Horoscope; ମାସ ପହିଲାରୁ ଏହି ରାଶିର ବ୍ୟକ୍ତିଙ୍କ ଖୋଲିବ ଚାକିରି ଯୋଗ, ମାସେ ଯାଏଁ ହେବେ ମାଲାମାଲ

ଭୁବନେଶ୍ବର: ଆଜି ଆଶ୍ବିନ ମାସ କୃଷ୍ଣପକ୍ଷର ଚତୁର୍ଥୀ ତିଥି । ଏହି ତିଥି ରାତି 9ଟା 39 ମିନିଟ୍ ଯାଏଁ ରହିବ । ଏହାପରେ ଅମବାସ୍ୟା ଆରମ୍ଭ ହେବ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ., ଏହି ତିଥିରେ କେତେକ ରାଶିର କାରବାର ଭଲ ହେବ । ମେଷ, ବୃଷ, କର୍କଟ, ସିଂହ, ମିଥୁନ, କନ୍ୟା, ତୁଳା ଧନୁ, ମକର ରାଶିର ବ୍ୟକ୍ତିର ନୂଆ ଚାକିରି ମିଳିବା ନେଇ ମଧ୍ୟ ସମ୍ଭାବନା ରହିଛି ।

ମେଷ ରାଶି- ଆଜି ସବୁ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । କିନ୍ତୁ ରାଗକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ପାରିବାରିକ ଜୀବନରେ ଶାନ୍ତି ରହିବ । ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଧ୍ୟାନ ଯୋଗ କରିବା ଦ୍ବାରା ଶାନ୍ତି ମିଳିବ ।

ବୃଷ-ଆଜି ଆପଣଙ୍କ ପାଇଁ ସଫଳତାର ଦ୍ବାର ଖୋଲିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଆର୍ଥିକ ସ୍ଥିତି ମଧ୍ୟ ସୁଧାର ଆସିବ ।

କର୍କଟ- ଆଜି ଆପଣ କାହାଠାରୁ ସାହାଯ୍ୟ ଭିକ୍ଷା କରିବେ । କାର୍ଯ୍ୟ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହେବ । ଯାହାଦ୍ବାରା ଆପଣଙ୍କୁ ଲାଭ ମଧ୍ୟ ହେବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆଜି ଘରକୁ ନୂଆ ଅତିଥି ଆସିପାରନ୍ତି ।

ବିଛା ରାଶି-ଆଜି ଯାହା କରିବେ ସେଥିରେ ସଫଳତା ପାଇବେ । କିଛି ବଡ ଦାୟିତ୍ବ ମିଳିପାରେ । ଅନାବଶ୍ୟକ ଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତୁ । ଜୀବନରେ ସର୍ବଦା ଶାନ୍ତିରେ ରହିବା ପାଇଁ ଚେଷ୍ଟା କରନ୍ତୁ ।

ଧନୁ- ଆଜିର ଦିନ ଖୁସିରେ ଭରିଯିବ । ବିବାହ ପ୍ରସ୍ତାବ ଆସିପାରେ । ଯଦି ଆପଣ କୌଣସି ସରକାରୀ ଚାକିରି ପରୀକ୍ଷା ଦେଇଛନ୍ତି ତାହା ଫଳ ମିଳିପାରେ ।

Get real time updates directly on you device, subscribe now.