fbpx

ଆପଣ ବ୍ୟବହାର କରୁଛନ୍ତି କି ଏହି ମିଲ୍କ ପାଉଡର? ଅପମିଶ୍ରଣ କରିଛି ବୋଲି କୋର୍ଟରେ ନିଜେ ମାନିଲା କମ୍ପାନୀ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମିଲ୍କ ପାଉଡର ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା କାହାରିକୁ ଜଣା ନାହିଁ । ତେବେ ଏହା ଆମେ ନୁହେଁ ନିଜେ ମିଲ୍କ ପାଉଡର ପ୍ରସ୍ତୁତ କରୁଥିବା କମ୍ପାନୀ କହୁଛି । ସେ ନିଜେ ସ୍ୱୀକାର କରିଛି ଯେ, କମ୍ପାନୀରେ ପ୍ରସ୍ତୁତ ହେଉଥିବା ମିଲ୍କ ପାଉଡରରେ ଅପମିଶ୍ରଣ ହୋଇଥିଲା । ଏଥିପାଇଁ କମ୍ପାନୀ ଉପରେ ସମୁଦାୟ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲା ।

ପଞ୍ଜାବର ବୁଲନ୍ଦସହରର NH34 ସ୍ଥିତ ପରମ ଡାୟରୀ ଉପରେ ଖୁର୍ଜାକୋର୍ଟ ଅପମିଶ୍ରଣ ଅଭିଯୋଗରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲା । କୋର୍ଟ ଡାୟରୀ ଫାର୍ମ ଏବଂ ତାର ନାମ ଉପରେ ୫୦-୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ଏହି ମାମଲାରେ ଯେତେବେଳେ ଖାଦ୍ୟ ସୁରକ୍ଷା ବିଭାଗ ଅପମିଶ୍ରଣ ସନ୍ଦେହରେ ଡାୟରୀରୁ ସ୍କିମଡ ମିଲ୍କ ପାଉଡରର ନମୁନା ସଂଗ୍ରହ କରିଥିଲା । ତତ୍କାଳୀନ ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ କୁମ୍ବର ମନୋଜ ସିଂହ ଏହି ନମୁନା ସଂଗ୍ରହ କରିଥିଲା । ଏହି ନମୁନାକୁ ପ୍ରଥମେ ଲକ୍ଷ୍ନୌ ଏବଂ ପରେ କୋଲକାତାର ଲାବୋରଟୋରୀରେ ଯାଞ୍ଚ ପାଇଁ ପଠାଯାଇଥିଲା । ଏହାପରେ ଏହା ଅସୁରକ୍ଷିତ ବୋଲି ଜଣାପଡିବା ପରେ କମ୍ପାନୀ ନିଜ ମୁହଁରେ ଏହି ଅପମିଶ୍ରଣ କରିଛି ବୋଲି ସ୍ୱୀକାର କରିଛି ।

Get real time updates directly on you device, subscribe now.