fbpx

ଡାଲି ଦେବ ଗର୍ଭବତୀଙ୍କୁ ପୋଷକ: ଜାଣନ୍ତୁ କଣ ମିଳିବ ଫାଇଦା

ଓଡିଶା ଭାସ୍କର: ଗର୍ଭାବସ୍ଥା ସମୟରେ ମା ଏବଂ ନିଜ ପେଟରେ ଥିବା ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ହୋଇଥାଏ । ଏହି ୧୦ ମାସର ଅବଧିରେ ଭିତରେ ପୁଷ୍ଟିକର ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଗର୍ଭାବସ୍ଥା ସମୟରେ ପ୍ରୋଟିନ୍, ଆଇରନ୍, ଫାଇବର ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ଡାଲି ଖାଇବା ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଆସନ୍ତୁ ଗର୍ଭଧାରଣ ପାଇଁ ସର୍ବୋତ୍ତମ ଡାଲି ଏବଂ ଏହାର ଉପକାରିତା ଜାଣିବା….

ମୁଗ ଡାଲି

ଏହା ସହଜରେ ହଜମ ହେଉଥିବାରୁ ଗର୍ଭାବସ୍ଥାରେ ମହିଳାମାନେ ଖାଇବା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ଦେଇପାରେ । ଏହା ବ୍ୟତୀତ ଡାଲିରେ ଫୋଲିକ୍ ଏସିଡ୍ ମଧ୍ୟ ମିଳିଥାଏ । ଯାହା ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ବିକାଶ ପାଇଁ ଜରୁରୀ ହୋଇଥାଏ ।

ମସୁର ଡାଲି
ମସୁର ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଆଇରନର ରହିଥାଏ । ଗର୍ଭାବସ୍ଥାରେ ଶରୀରରେ ଅଧିକ ପରିମାଣର ଆଇରନର ଆବଶ୍ୟକତା ହୋଇଥାଏ । ଯାହା ଲାଲ ରକ୍ତ କଣିକା ଗଠନରେ ସାହାଯ୍ୟ କରିଥାଏ ଏବଂ ରକ୍ତହୀନତାକୁ କଣ୍ଟ୍ରୋଲ କରିଥାଏ ।

ଚଣା ଡାଲି
ଚଣା ଡାଲିରେ ପ୍ରଚୁର ଫାଇବରରେ ଭରପୂର ରହିଛି । ଯାହା ଗର୍ଭାବସ୍ଥାରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିସହ ଚଣା ଡାଲିରେ ଥିବା ପ୍ରୋଟିନ୍ ଉଭୟ ମା ଏବଂ ଶିଶୁର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

ବିରି ଡାଲି
ବିରି ଡାଲିରେ କ୍ୟାଲସିୟମର ପରିମାଣ ପ୍ରଚୁର ରହିଥାଏ । ଯାହା ଶିଶୁ ଶରୀରର ହାଡଗୁଡିକୁ ମଜଭୁତ କରାଇଥାଏ । ଏହାଛଡା ବିରି ଡାଲିରେ ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ମଧ୍ୟ ଭରପୂର ରହିଥାଏ ।

ମଟର
ମଟରରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଫାଇବର ମିଳିଥାଏ । ଏହା ଗର୍ଭବତୀ ମହିଳାମାନଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଶକ୍ତିର ସ୍ତର ବଜାୟ ରଖିବାରେ ସହାୟକ ହୋଇଥାଏ ।

ଡାଲିକୁ ଡାଏଟରେ ସାମିଲ କରନ୍ତୁ
ସ୍ୱାଦ ଏବଂ ପୁଷ୍ଟିକର ସନ୍ତୁଳନ ବଜାୟ ରଖିବା ପାଇଁ ବିଭିନ୍ନ ପନିପରିବା ସହିତ ଡାଲିକୁ ରାନ୍ଧନ୍ତୁ । ଡାଲି ତିଆରି କରି କିମ୍ବା ସୁପରେ ମିଶାଇ ଖାଇ ପାରିବେ । ଗର୍ଭବତୀ ମହିଳାମାନେ ଡାଲି ଖାଇବା ଦ୍ୱାରା ସେମାନଙ୍କର ପୁଷ୍ଟି ପରିମାଣ ଆହୁରି ବଢିଥାଏ । ଯେକୌଣସି ଡାଲି ରାନ୍ଧିବା ପୂର୍ବରୁ ତାକୁ ୬-୭ ଘଣ୍ଟା ପାଣିରେ ଭିଜାନ୍ତୁ । ଡାଲିକୁ ଭିଜାଇ ବା ଦ୍ୱାରା ଗ୍ୟାସ ଜନିତ ସମସ୍ୟା ହୋଇନଥାଏ । ଡାଲିକୁ ଖାଇବା ସମୟରେ ଏହାର ପରିମାଣକୁ ଧ୍ୟାନରେ ରଖନ୍ତୁ । ବହୁ ପରିମାଣରେ ଡାଲି ଖାଇବା ଦ୍ୱାରା ଗ୍ୟାସ୍ ଜନିତ ସମସ୍ୟା ହୋଇପାରେ ।

 

Get real time updates directly on you device, subscribe now.