୧୯ ବର୍ଷରେ ଦୁନିଆକୁ ଅଲବିଦା କହିଲେ ‘ଦଙ୍ଗଲ’ ଫେମ୍ ସୁହାନୀ ଭଟନାଗର

ମୁମ୍ବାଇ: ବଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦଙ୍ଗଲ ଚଳଚ୍ଚିତ୍ରର ଫେମ୍ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ଦେହାନ୍ତ ହୋଇଛି । ମାତ୍ର ୧୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସୂତ୍ରରୁ ପ୍ରକାଶ ନିକଟରେ ସୁହାନୀ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା । ଏଥିପାଇଁ ସେ ଔଷଧ ଖାଉଥିଲେ । ଯାହାର ପାଶ୍ୱର୍ପ୍ରତିକ୍ରିୟା କାରଣରୁ ତାଙ୍କ ଶରୀରରେ ଧୀରେ ଧୀରେ ପାଣି ଭର୍ତ୍ତି ହୋଇଯାଇଥିଲା । ଅନେକ ଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ । ତେଣୁ ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଖବର ଶୁଣି ପରିବାର, ପ୍ରଶଂସକ ଏବଂ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।