fbpx

ପାକିସ୍ତାନରେ ବନ୍ୟା ବିତ୍ପାତ୍ତ, ପ୍ରାଣ ହରାଇଲେଣି ୧୦୦୦ ଅଧିକ…

ପାକିସ୍ତାନରେ ଦେଖାଦେଇଛି ଭୟଙ୍କର ବନ୍ୟା । ଫଳରେ ବର୍ତ୍ତମାନ ଦେଶର ହାହାକାର ପରିସ୍ଥି୍ତି ଦେଖାଦେଇଛି । ସ୍ୱାତ ଏବଂ ସିନ୍ଧୁ ନଦୀର ଭୟଙ୍କର ବନ୍ୟା କାରଣରୁ ଅଧା ଦେଶ ଏବେ ଜଳମଗ୍ନ । ବନ୍ୟାରେ ସାଢ଼େ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାେବେଳ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଗତ ୨୪ ଘଣ୍ଟାରେ ୧୧୯ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ୧୪୯ ପୋଲ୍ ଭାସିଯାଇଛି । ୯ ଲକ୍ଷ ଘର ନଷ୍ଟ ହୋଇଛି । ୭ ଲକ୍ଷ ପଶୁ ପ୍ରାଣ ହରାଇଛନ୍ତି ।

ସେପଟେ ସରକାର ଏହି ବିଗିଡ଼ିଥିବା ସ୍ଥିତିକୁ ଦେଖି ରାଷ୍ଟ୍ରୀୟ ଜରୁରୀପରସ୍ଥିତି ଘୋଷଣା କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ବରିଷ୍ଠ ନେତା ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଜରୁରୀ ବୈଠକ କରିବା ସହ ବନ୍ୟା ସ୍ଥିତିର ସୂଚନା ଦେଇଛନ୍ତି ।

ପାକିସ୍ତାନର ଖବରକାଗଜ ‘ଡନ୍’ର ଏକ ରିପୋର୍ଟ ଅନୂଯାୟୀ ଦେଶର ପ୍ରାୟ ୭୦ ପ୍ରତିଶତ ଭାଗ ବନ୍ୟା ପ୍ରଭାବିତ ହୋଇଛି । ପ୍ରାୟ ୧୧୦ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି । କରାଚୀରୁ ଆରମ୍ଭ କରି ପଞ୍ଜାବ, ବଲୁଚିସ୍ତାନ ରେ ସ୍ଥିତି ଏବେବି ଚିନ୍ତାଜନକ ରହିି । ପାକିସ୍ତାନର ପରିବେଶ ମନ୍ତ୍ରୀ ଶେରୀ ରହମାନ କହିଛନ୍ତି ଏବେବି ବର୍ଷା ଚେତାବନୀ ରହିଛି । ଦେଶର ଅନେକ ଭାଗରେ ବସ୍ ଏବଂ ଟ୍ରେନ୍ ରଦ୍ଧ କରାଯାଇଛି । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.