fbpx

କୁହୁଡ଼ି ଅନ୍ଧାରରେ ରକ୍ତର ହୋଲି: ଡମ୍ପର ଚଢ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ, ୧୯ା୧: ଶୀତୁଆ କୁହୁଡ଼ି ସକାଶେ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଫୁଟପାଥରେ ଶୋଇଥିବା ସମୟରେ ଏକ ଧମ୍ପରଟି ଚଢ଼ିଯିବା ଦ୍ୱାରା ଏହି ଅଘଟଣ ଘଟିଛି । ତେବେ ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବାକୁ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ରାସ୍ତାକଡ଼ରେ ମୋଟ ୧୮ ଜଣ ଶ୍ରମିକ ଶୋଇଥିଲେ । ତେବେ କୁହୁଡ଼ି ଯୋଗୁଁ ରାସ୍ତା ପରିଷ୍କାର ଦେଖା ନ ଯିବା ଫଳରେ ଡମ୍ପରଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି । ତେବେ ସମସ୍ତ ଶ୍ରମିକଙ୍କ ଘର ରାଜସ୍ଥାନ ଅଞ୍ଚଳରେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ସମସ୍ତେ ଖାଇପିଇ ପୂରା ନିଦରେ ଶୋଇଥିବା ସମୟରେ କାଳରାକ୍ଷସ ରୂପୀ ଡମ୍ପରଟି ସେମାନଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଲା ।

Get real time updates directly on you device, subscribe now.