fbpx

(Video) କ’ଣ କହୁଛି ମାଳିକା? ୨୦୨୩ରୁ ୨୦୨୬ ଭିତରେ ଘଟିବ ଏଭଳି ଭୟଙ୍କର ଘଟଣା, ପୃଥିବୀ ପାଇଁ ମହାବିପଦ

୬୦୦ ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ମାଳିକା ଶାସ୍ତ୍ର ବିଷୟରେ କିଛି ଗୁରୁତ୍ୱ ପୂର୍ଣ୍ଣ କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ  । ଯେଉଁଥିରେ ୨୦୨୧ ଠାରୁ ୨୦୨୪ ଯାଏଁ କଣ ସବୁ ଘଟିଛି ଏବଂ ଆଗକୁ କଣ ସବୁ ଘଟିବାକୁ ଯାଉଛି ତାହା ଆଲୋଚନା କରିବୁ  । ମାଳିକାରେ ୨୦୨୦ କୁ ନେଇ ଯାହା ଲେଖା ଯାଇଛି ତାହା ଗୋଟି ଗୋଟି କରି ସତ୍ୟ ହୋଇଛି  । ମହାପୁରୁଷ ଲେଖିଛନ୍ତି ବିଂଶକ ଠାରୁ ଓଡିଶା ଦେଶରେ ହୋଇବ ଫସଲ ହାନି, ଦିନକୁ ଦିନ ହୋଇବ ମୋହ ରୋଗ କଷଣ ଭୋଗିବେ ପ୍ରାଣୀ । ଏହି ପଦର ଅର୍ଥ ହେଉଛି କୃଷିମାନଙ୍କ ଉପରେ ପ୍ରଭାବ ପଡିବ ଯାହା ଦ୍ୱାରା ଫସଲ ହାନି ହେବ  ।

ଏହା ଛଡା ଆମେ ଯେତେ ଟଙ୍କା ନେଇ ଜିନିଷ କିଣିଲେ ମଧ୍ୟ ଆମ ବ୍ୟାଗ ପୁରୁ ନାହି ଯାହା ମାଲିକାରେ ଲେଖା ଯାଇଛି ତାହା ହିଁ ଘଟୁଛି । ପୁଣି ମହାପୁରୁଷ ଠାର ଗାରରେ ଲେଖିଛନ୍ତି ପଶ୍ଚିମ ଦେଶରେ ଶିଶିର ମାସରେ ଭୂମିକମ୍ପ ହେବ ଜାଣ, ଆଉ ୨୧ ଅଙ୍କେ ଏହା ହିଁ ଘଟିବ ଶୁଣ ବି ଆନନ୍ଦ  । ଏହାର ଅର୍ଥ ହେଉଛି ଭୂମିକମ୍ପ ହୋଇ ଘର ସବୁ ଭାଙ୍ଗିଯିବ  । ଦ୍ୱାଦଶ ଅଙ୍କରେ କୁହା ଯାଇଛି ୨୨ ଭାର ଠାରୁ ଦୀପ ଲିଭିଯିବ, ପୃଥି ହେବ ଘୋଳ ଗୁଣ୍ଡା, ହାତେ ଧରି ଖଣ୍ଡା ମଦନ ଭୁଶୁଣ୍ଡା ମାଟି ଯିବେ ଗଣ୍ଡା ଗଣ୍ଡା  । ଏହାରା ଅର୍ଥ ହେଉଛି ୨୨ ଅଙ୍କରେ ଓଡିଶା ଦେଶ ଜ୍ଞାନ ଅନ୍ଧାକାର ହୋଇଯିବ  । ତତ ସହିତ ଗୁଣ୍ଡା ଗର୍ଦି ଚୋରୀ ଡକାୟତ ଅଧିକ ମାତ୍ରାରେ ବଢିଯିବ । ଲୋକମାନେ ହାତରେ ଖଣ୍ଡା ଧରି ହଣାହଣି ହୋଇ ନିଜ ମୃତ୍ୟୁର କାରଣ ହେବେ  । ଏହା ପରେ ମହାପୁରୁଷ କହିଛନ୍ତି ୨୩ ଅଙ୍କରେ ଓଡିଶାରେ ହୋଇବ ଜଳ ବହଳ ହେବ  । ୨୪ ଅଙ୍କରେ ଗୁପତ ମାରିଣୀ ଆଉ ଶୁଣ ବି ନତ ନନ୍ଦନ  । ୨୪ ଅଙ୍କରେ ମଣିଷକୁ ଯେଉଁ ରୋଗ ତାହା ଚିହ୍ନା ପଡିବ ନାହି  ।

ମଣିଷ ଯେତେବେଳେ ଅଜ୍ଞାତ ଅବସ୍ଥାରେ ଆସିବ ସେହି ସମୟରେ ତା ପାଖରେ କିଛି ବି ନ ଥିବ । ମାଳିକାରେ ଯାହା ଲେଖା ଯାଇଛି ତାହା ଲୋକମାନଙ୍କୁ ଭୟଭୀତ କରାଇବା ପାଇଁ ନୁହେଁ ବରଂ କିଛି ମାତ୍ରାରେ ସତର୍କ କରାଇବା ପାଇଁ  । ମଣିଷ ଅଜ୍ଞାନ ରାସ୍ତାରେ ଥିଲେ ତାର ଆୟୁଷ କ୍ଷୀଣ ହେଉଛି ବୋଲି ମାଳିକାରେ ଲେଖା ଯାଇଛି  । ତେଣୁ ପ୍ରତେକ ମଣିଷ ଧର୍ମ ପଥରେ ଚାଲିବା ଉଚିତ  । ଯେଉଁ ବ୍ୟକ୍ତି ଅଜ୍ଞାନୀ ସିଏ ଧର୍ମ ପଥରେ ଚାଲିଲେ ଜ୍ଞାନୀ ହେବା ସହ ସଠିକ ମାର୍ଗ ଦର୍ଶନ କରିବ  ।

Get real time updates directly on you device, subscribe now.