fbpx

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪୧ ମୃତ, ୬୦ ଆହତ

ତାଇପେଇ, ୩ା୪: ତାଇୱାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରେନଟି ଏକ ନିର୍ମାଣାଧୀନ କନଷ୍ଟ୍ରକସନ ଟନେଲ ମଧ୍ୟକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାକୁ ଦଶନ୍ଧିରୁ ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ବୋଲି କୁହାଯାଉଛି । ଟ୍ରେନରେ ଥିବା ଅଧିକାଂଶ ଯାତ୍ରୀ ପରିବାର ସଦସ୍ୟଙ୍କ ସହ ଛୁଟି କଟାଉବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.