fbpx

ଦର୍ଶନ ନାଲକଣ୍ଡେଙ୍କ ଡବଲ ହ୍ୟାଟ୍ରିକ୍: ଦ୍ୱିତୀୟ ଭାରତୀୟ ଭାବରେ ରଚିଲେ ଇତିହାସ

ନୂଆଦିଲ୍ଳୀ: ବିଦର୍ଭ ପେସ ବୋଲର ଦର୍ଶନ ନାଲକଣ୍ଡେ ଇତିହାସ ରଚିଛନ୍ତି । ପ୍ରଥମ ବିଦର୍ଭ ଖେଳାଳି ତଥା ଦ୍ୱିତୀୟ ଭାରତୀୟ ଭାବରେ ଡବଲ ହ୍ୟାଟ୍ରିକ ନେବାର ଏଲିଟ କ୍ଲବରେ ସାମିଲ ହୋଇଛନ୍ତି ନାଲକଣ୍ଡେ । ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ କର୍ଣ୍ଣାଟକ ବିରୋଧରେ ଦର୍ଶନ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଇନିଂସର ଅନ୍ତିମ ଓଭରରେ ଲଗାତାର ୪ ବଲରେ ୪ ଖେଳାଳିଙ୍କୁ ଆଉଟ କରିଥିଲେ ଦର୍ଶନ ।

ଅନ୍ତିମ ଓଭର ବୋଲିଂ କରୁଥିବା ଦର୍ଶନ ଦ୍ୱିତୀୟ ବଲରେ ଅନିରୁଦ୍ଧ ଯୋଶୀଙ୍କୁ ଆଉଟ କରିଥିଲେ । ତୃତୀୟ ବଲରେ ବି.ଆର. ଶରଥ ଏବଂ ଚତୁର୍ଥ ବଲରେ ଜଗଦୀଶ ସୁଚିଥଙ୍କୁ ଆଉଟ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ । ଓଭରର ପଞ୍ଚମ ବଲରେ ନାଲକଣ୍ଡେ ଅଭିନବ ମନୋହରଙ୍କୁ ଆଉଟ କରିବା ସହିତ ୪ ବଲରେ ୪ୱିକେଟ ବା ଡବଲ ହ୍ୟାଟ୍ରିକ ପୂରଣ କରିଥିଲେ । ଏହା ସହିତ ପୂର୍ବତନ କର୍ଣ୍ଣାଟକ ପେସମ୍ୟାନ ଅଭିମନ୍ୟୁ ମିଥୁନଙ୍କ ସହିତ ଏହି ଏଲିଟ ଲିଷ୍ଟରେ ସାମିଲ ହୋଇଥିଲେ ଦର୍ଶନ । ୨୦୧୯ରେ ମିଥୁନ୍ ହରିଆଣା ବିପକ୍ଷରେ ୫ ବଲରେ ୫ ୱିକେଟ ନେଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ଏକମାତ୍ର ବୋଲର ଭାବରେ ଲାସିଥ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଛନ୍ତି । ତେବେ ନାଲକଣ୍ଡେ ଡବଲ ହ୍ୟାଟ୍ରିକ ସତ୍ତେ୍ୱ ବିଦର୍ଭ ଏହି ମ୍ୟାଚକୁ ୪ ରନରେ ହାରି ଯାଇଛି । ସୟଦ ମୁସ୍ତାକ ଅଲୀ ଟ୍ରଫିର ଫାଇନାଲରେ ପରସ୍ପର ସହିତ ମୁକାବିଲା କରିବେ କର୍ଣ୍ଣାଟକ ଓ ତାମିଲନାଡୁ ।

Get real time updates directly on you device, subscribe now.